ଗୋରୁ ବୋଝେଇ ପିକଅପ୍‌ ଦୁର୍ଘଟଣା, ୫ବଳଦ ମୃତ

ଠାକୁରମୁଣ୍ଡା:  ୪୯ନଂ ଜାତୀୟ ରାଜପଥ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଦରି ପୋଲ ନିକଟରେ ଏକ ବଳଦ ବୋଝେଇ ପିକଅପ୍‌ ଭ୍ୟାନ ଦୁର୍ଘଟଣାକ୍ରସ୍ତ ହୋଇଛି । ଦୁର୍ଘଟଣାରେ ୫ରୁ ଅଧିକ ଗାଈ ବଳଦଙ୍କ ମୃତ୍ୟୁ ହଇଥିବା ବେଳେ ୫ରୁ ୬ଟି ବଳଦ ଗୁରୁତର ଆହତ ହଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ପିକଅପଟି ଦ୍ରୁତଗତିରେ ଆସି ଦରି ପୋଲ ନିକଟରେ ଭାରସାମ୍ୟ ହରାଇ ରାସ୍ତାକୋଡ଼ରେ ଓଲଟି ପଡିଥିଲା । ତେବେ ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହଇ ଯାଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ୪୯ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଗୋ ଚାଲାଣ ହେଉଥିଲେ ବି ପୁଲିସ କିମ୍ବା ପ୍ରଶାସନ କୌଣସି ଟେର ପାଉନାହିଁ ।

Comments are closed.