ବିମାନରେ ସନ୍ତାନ ଜନ୍ମଦେଲେ ମହିଳା, କଲକାତାରେ ଜରୁରୀ ଅବତରଣ କଲା କାତାର ଏୟାରୱେଜ୍‌

କଲକାତା: ବିମାନରେ ଯାତ୍ରା ସମୟରେ ଜଣେ ମହିଳା ଏକ  ସନ୍ତାନ ଜନ୍ମ ଦେଇଛନ୍ତି। ଫଳରେ ବିମାନଟିକୁ କଲକାତାରେ ଜରୁରୀ ଅବତରଣ କରିବାକୁ ପଡ଼ିଛି। ସୂଚନା ଅନୁସାରେ, କାତାର ଏୟାରୱେଜ୍‌ର ବିମାନଟି ଦୋହାରୁ ବ୍ୟାଙ୍କକ୍‌ର ସୁବର୍ଣ୍ଣଭୂମି ଯାଉଥିଲା। କିନ୍ତୁ ଉଡ଼ାଣ ସମୟରେ ବିମାନ ଭିତରେ ଥାଇଲାଣ୍ଡର ଜଣେ ମହିଳା ସନ୍ତାନ ଜନ୍ମ ଦେଇଥିଲେ। ଏହା ପରେ ବିମାନକୁ ଜରୁରୀ ଅବତରଣ କରିବାକୁ ପାଇଲଟ୍‌ ଚାହିଁଥିଲେ। କଲକାତା ନିକଟ ଦେଇ ବିମାନ ଯାଉଥିବାରୁ କଲକାତା ବିମାନବନ୍ଦର ଏଟିସି ସହ ଯୋଗାଯୋଗ କରାଯାଇଥିଲା। ଏଟିସିର ଅନୁମତିକ୍ରମେ ବିମାନଟି କଲାକାତାରେ ଜରୁରୀ ଅବତରଣ କରିଥିଲା। ଉଭୟ ମା’ ଏବଂ ନବଜାତ ଶିଶୁଙ୍କୁ କଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

Comments are closed.