୯ ଦିନ ପରେ ଗୁମ୍ଫାରୁ ଜୀବନ୍ତ ଉଦ୍ଧାର ହେଲେ ଥାଇଲାଣ୍ଡର ୧୨ ବାଳକ ଓ କୋଚ୍‍

0

ବ୍ୟାଙ୍କକ୍‍ : ଲୁଆଙ୍ଗ ଗୁମ୍ଫା ଭିତରେ ଫସି ରହିଥିବା ଥାଇଲାଣ୍ଡର ୧୨ କିଶୋର ଫୁଟବଲ ଖେଳାଳି ଏବଂ ତାଙ୍କ ପ୍ରଶିକ୍ଷକଙ୍କୁ ଦୀର୍ଘ ୯ ଦିନ ପରେ ସୋମବାର ଗୁମ୍ଫାରୁ ଜୀବନ୍ତ ଉଦ୍ଧାର କରାଯାଇଛି। ନାରୋଙ୍ଗସାକ୍‍ ପ୍ରଦେଶ ରାଜ୍ୟପାଳ ଚାଙ୍ଗ ରାଏ ସୂଚନା ଦେଇଛନ୍ତି ଯେ ଥାଇ ନୌସେନାର ଏକ ଦଳ ଦୀର୍ଘ ୯ ଦିନର ଅନୁସନ୍ଧାନ ପରେ ଗୁମ୍ଫା ମଧ୍ୟରୁ ସମସ୍ତ ଫୁଟବଲ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ଜୀବନ୍ତ ଉଦ୍ଧାର କରିଛି। ସେମାନଙ୍କୁ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କିଛି ଦିନ ହେବ ଖାଇନଥିବାରୁ ସେମାନେ ଦୁର୍ବଳ ହୋଇପଡିଛନ୍ତି ଓ ଖାଦ୍ୟ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି ବୋଲି ସୂଚନା ଦିଆଯାଇଛି। ସମସ୍ତ ଖେଳାଳି ଗୋଟିଏ ଜାଗାରେ ପଡିରହିଥିଲେ ଓ ଚାଲିବାକୁ ସେମାନଙ୍କର ବଳ ନଥିଲା। ଏପରିକି ସେମାନେ ଗୋଡ଼ ହଲାଇପାରୁନଥିଲେ ବୋଲି ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ ପ୍ରକାଶ କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଗୁମ୍ପାରୁ ପଦାକୁ ବାହାର କରାଯାଇଛି।
ଉଲ୍ଲେଖ ଯେ ୯ ଦିନ ତଳେ ଥାମ ଲୁଆଙ୍ଗ ଗୁମ୍ପା ମଧ୍ୟକୁ ବୁଲିବାକୁ ଯାଇ ୧୨ ଫୁଟବଲ ଖେଳାଳି ଓ ସେମାନଙ୍କ ପ୍ରଶିକ୍ଷକ ଆଉ ଫେରିନଥିଲେ। ସମସ୍ତ ଖେଳାଳିଙ୍କ ବୟସ ୧୧ରୁ ୧୬ ବର୍ଷ ମଧ୍ୟରେ ହୋଇଥିଲାବେଳେ ପ୍ରଶିକ୍ଷକଙ୍କ ବୟସ ୨୫ ବର୍ଷ। ଜୁନ୍‍ ୨୩ରେ ସେମାନେ ଗୁମ୍ଫା ମଧ୍ୟରେ ପ୍ରବେଶ କରିଥିବା ସମୟରେ ବନ୍ୟାଜଳରେ ଗୁମ୍ଫା ଫାଟକ ବନ୍ଦ ହୋଇଯାଇଥିଲା ଓ ସେମାନେ ଆଉ ଫେରିବା ବାଟ ପାଇନଥିଲେ।

Leave A Reply