ଥାଇଲାଣ୍ଡରେ ଗୁଳି ବାଜି ଭାରତୀୟ ପର୍ଯ୍ୟଟକଙ୍କ ଜୀବନ ଗଲା

0

ବ୍ୟାଙ୍ଗକକ୍‌ .- ଥାଇଲାଣ୍ଡରେ ଗୁଳି ବାଜିବା ଯୋଗୁଁ ଜଣେ  ଭାରତୀୟ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ଦୁଇଟି ଅପରାଧି ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହେବା ସମୟରେ ମଝିରେ ଆସି ଯିବାରୁ ଏହି ୪୨ ବର୍ଷୀୟ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ଭାରତରୁ ଏକ ପର୍ଯ୍ୟଟକଙ୍କ ଦଳ ଥାଇଲାଣ୍ଡକୁ ଭ୍ରମଣ ଉଦ୍ୟେଶରେ ଯାଇଥିଲେ । ସେମାନେ ଏକ ଭୋଜନାଳୟରେ ଭୋଜନ କରି ସାରି ବସ୍‌ ପାଇଁ ଅପେକ୍ଷା କରିଥିବା  ବେଳେ ଦୁଇଟି ଅପରାଧି ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

୨୦ରୁ ଊର୍ଦ୍ଧ୍ୱ ଅପରାଧି ବନ୍ଧୁକ ଓ ଛୁରି ଧରି ପରସ୍ପରକୁ ଆକ୍ରମଣ କରିଥିଲେ ।ଗୁଳି ବାଜିବା ଯୋଗୁଁ  ଏହି ପର୍ଯ୍ୟଟକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply