୭୫ ବାଳକଙ୍କୁ ବଳାତ୍କାର ଅଭିଯୋଗରେ ଏଚ୍‍ଆଇଭି ପୀଡ଼ିତ ଯବାନ ଗିରଫ

0

ବ୍ୟାଙ୍ଗକକ୍‍ : ଥାଇଲାଣ୍ଡର ଖୋନ୍‍ କାଏନ୍‍ ପ୍ରଦେଶରେ ଜଣେ ୪୩ବର୍ଷୀୟ ଯବାନଙ୍କ ବିରୋଧରେ ଏକ ବିଚିତ୍ର ଅଭିଯୋଗ ଆସିଛି। ଏକ ଅଭାବନୀୟ ଘଟଣାକ୍ରମେ ଏଚ୍‍ଆଇଭି ପୀଡ଼ିତ ସମ୍ପୃକ୍ତ ଯବାନ ୧୩ରୁ ୧୮ବର୍ଷ ମଧ୍ୟସ୍ଥ ୭୫ଜଣ ବାଳକଙ୍କୁ ବଳାତ୍କାର କରିଛନ୍ତି। ଏକ ସମଲିଙ୍ଗୀ ଆପ୍‍ ମାଧ୍ୟମରେ ସମ୍ପୃକ୍ତ ବାଳକଙ୍କୁ ବିଭିନ୍ନ ଭାବେ ଲୋଭାଶକ୍ତ କରିବା ପୂର୍ବକ ସାକ୍ଷାତକାର ପାଇଁ ଡକାଇ ଏଭଳି ଘଟାଇଥିବା ଜଣାପଡ଼ିଛି। ପୀଡ଼ିତ ବାଳକଙ୍କ ସୂଚନାନୁଯାୟୀ, ସେମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଆପ୍‍ରେ ଯେଉଁ ବ୍ୟକ୍ତିଙ୍କ ଚେହେରା ଦେଖିଥିଲେ ତାଙ୍କୁ ପାଇ ନଥିଲେ; କିନ୍ତୁ ସମ୍ପୃକ୍ତ ଯବାନ ସେମାନଙ୍କୁ ଧମକଚମକ ଦେଇ ବଳାତ୍କାର କରିଥିଲେ। ସେମାନେ ଏହାର ପ୍ରମାଣ ଦେବା ପରେ ପୁଲିସ ଅଭିଯୁକ୍ତ ଯବାନଙ୍କୁ ଗିରଫ କରିଛି ଓ ସେ ଅଭିଯୋଗ ସ୍ୱୀକାର କରିଥିବା ଜଣାପଡ଼ିଛି।

Leave A Reply