ଚୋରି କରିବାକୁ ଆସି ପୁଲିସ ଘରେ ଶୋଇ ପଡିଲା ଚୋର, ଉଠାଇଲେ ପୁଲିସ କର୍ମଚାରୀ

 

ବ୍ୟାଙ୍ଗକକ୍ : ଚୋରମାନଙ୍କର ବିଭିନ୍ନ କାରନାମକୁ ନେଇ ସବୁବେଳେ ଆଲୋଚନା ହୋଇଥାଏ।   ତେବେ ଥାଇଲ୍ୟାଣ୍ଡରେ ଏଭଳି ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଜଣେ ଚୋର ଚୋରି କରିବାକୁ ଆସି ଘରେ ଶୋଇପଡିଥିଲା। ଦୁର୍ଭାଗ୍ୟବଶତଃ, ସେହି ଘରଟି ଜଣେ ପୁଲିସ୍ ଅଧିକାରୀଙ୍କର ଥିଲା। ଚୋରକୁ ଗିରଫ କରିବାକୁ ଯାଇଥିବା ପୁଲିସ ଅଧିକାରୀ ମାନେ ତାକୁ ନିଦରୁ ଉଠାଇ ଥିଲେ। ଏବେ ଚୋର, ଗିରଫ ହେବାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଦର୍ଶକମାନେ ନ ହସି ରହିପାରୁ ନାହାନ୍ତି।

ଥାଇଲାଣ୍ଡ ପୁଲିସ କହିବାନୁସାରେ, ଚୋର ଭୋର ପ୍ରାୟ ସାଢେ ୨ଟା ବେଳେ ୱେଚିଆନ୍ ବୁରି ଜିଲ୍ଲା ପୁଲିସ ଥାନା ଅଧିକାରୀ ଜିଆମ୍ ପ୍ରସେଟଙ୍କ ଘରେ ପଶିଥିଲା। ଅଧିକାରୀ ଜଣଙ୍କ ଶୋଇଥିବା ବେଳେ ଚୋର  ଘର ଭିତରକୁ ପଶିଥିଲା।

ଥାଇଲ୍ୟାଣ୍ଡର ଚାନେଲ-୮ ରିପୋର୍ଟ କରିଛି ଯେ ୨୨ ବର୍ଷ ବୟସ୍କ ଚୋର ଅଥିତ କିନ୍ ଖୁଣ୍ଟୁଦ୍ କିଛି ଚୋରି କରିବାକୁ ଉଦ୍ୟମ କରିବା ପରେ ବହୁତ ଥକି ଯାଇଥିଲା। ଶେଷରେ ସେ ପାଖ ଘରେ ପଶିଥିଲା ଓ ବହୁତ ଥକ୍କା ଲାଗିବାରୁ ସେ ଘର ମାଲିକଙ୍କ ଝିଅର ରୁମରେ ଥିବା ଏସି ଅନ୍ କରି ଶୋଇ ପହିଥିଲା।

Image Source : tnewssurin/ Facebook)

ତେବେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇଥିଲା। ସକାଳେ ଅଧିକାରୀ ଜଣକ ଦେଖିଲେ ଯେ ଅନ୍ୟ କୋଠରୀରେ ଏସି ଚାଲିଛି ଏବଂ ତାଙ୍କ ଝିଅ ଘରେ ନ ଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିତରକୁ ଯାଇ ସେ କମ୍ବଳ ତଳେ ଆରାମରେ ଶୋଇଥିବା ଜଣେ ଅପରିଚିତ ବ୍ୟକ୍ତିଙ୍କୁ ପାଇ ଆଶ୍ଚର୍ଯ୍ୟ ହୋଇଗଲେ।

ପରେ ସେ ପୁଲିସକୁ ଖବର ଦେଇଥିଲେ। ସେମାନେ ଚୋରକୁ ଉଠାଇଥିଲେ। ଚୋର ଉଠିବା ପରେ ଏତେ ସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା।

Comments are closed.