ରିଲିଜ୍‍ ହେଲା ‘ଠାକରେ’ର ଟ୍ରେଲର

0

ମୁମ୍ବଇ : ବଲିଉଡ଼ ଅଭିନେତା ନବାଜୁଦ୍ଦିନ ସିଦ୍ଦିକିଙ୍କ ଅଭିନୀତ ଶିବସେନାର ପ୍ରତିଷ୍ଠାତା ବାଲ୍‍ ଠାକରେଙ୍କ ବାୟୋପିକ୍‍ ‘ଠାକରେ’ ର ଟ୍ରେଲର ବୁଧବାର ରିଲିଜ୍‍ ହୋଇଛି। ୨ମିନିଟ୍‍ ୫୪ସେକେଣ୍ଡର ଏହି ଟ୍ରେଲରରେ ନବାଜୁଦ୍ଦିନ ଅବିକଳ ଭାବେ ଠାକରେଙ୍କ ଭୂମିକାକୁ ପରଦାରେ ଦର୍ଶାଇଉଥିବା ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ର ୨୫ ଜାନୁଆରୀ,୨୦୧୯ରେ ହିନ୍ଦୀ ଓ ମରାଠୀ ଭାଷାରେ ମୁକ୍ତିଲାଭ କରିବ। ଉଲ୍ଲେଖଯୋଗ୍ୟ, ବାଲ୍‍ ଠାକରେ ‘ମରାଠୀ ମାନୁଷ’ ଆନ୍ଦୋଳନ ଓ ହିନ୍ଦୁତ୍ୱର ରାଜନୀତି ପାଇଁ ସୁପରିଚିତ। ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ଶିବସେନା ସାଂସଦ ସଞ୍ଜୟ ରାଉତ ବହନ କରିଥିବା ବେଳେ ଅଭିଜିତ ପାନସେ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Leave A Reply