ବିରଳ ରେକର୍ଡ : ୪୧ ଘଣ୍ଟାରେ ଜନ୍ମ ନେଲେ ୪୮ ଶିଶୁ

0

ଟେକ୍‍ସାସ : ଭାରତକୁ ବିଶ୍ୱର ଦ୍ୱିତୀୟ ଜନ ବହୁଳ ରାଷ୍ଟ୍ର କୁହାଯାଏ। କ୍ରମ ବର୍ଦ୍ଧିଷ୍ଣୁ ଜନ ସଂଖ୍ୟା ଆମ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି। ତେବେ ସନ୍ତାନ ଜନ୍ମ ସମ୍ବନ୍ଧୀୟ ଏକ ବିରଳ ରେକର୍ଡ ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ଆମେରିକାର ଏକ ଡାକ୍ତଖାନାରେ ୪୧ ଘଣ୍ଟାରେ ୪୮ ଜଣ ଶିଶୁ ଜନ୍ମ ନେଇଛନ୍ତି । ଏହା ଯେତିକି ଆଶ୍ଚର୍ଯ୍ୟ ଜନକ ସେତିକି କୌତୁହଳପ୍ରଦ।
ଆମେରିକାର ଟେକ୍‍ସାସରେ ଏକ ଡାକ୍ତଖାନାରେ ୪୧ଘଣ୍ଟାରେ ଜନ୍ମ ନେଇଛନ୍ତି ୪୮ ଜଣ ଶିଶୁ । ଯାହା ଡାକ୍ତଖାନା କର୍ତ୍ତୃପକ୍ଷ ତଥା ସେଠାକୁ ଆସିଥିବା ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ ସପ୍ତାହର ଏହି ଘଟଣାକୁ ନେଇ ଏବେ ମଧ୍ୟ ଚର୍ଚ୍ଚା ଜାରି ରହିଛି। ଘଣ୍ଟାଏରୁ କମ୍‍ ସମୟ ମଧ୍ୟରେ ଗୋଟିଏ ଗୋଟିଏ ଶିଶୁ ଜନ୍ମ ନେଇଛନ୍ତି। ତେବେ ସମସ୍ତ ଶିଶୁ ସୁସ୍ଥ ଥିବା ଜଣା ପଡିଛି। ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ାକ୍ତର ଜେମିନ୍‍ ଏରୱିନ କହିଛନ୍ତି ଯେ ପ୍ରାୟ ବର୍ଷର ଏହି ସମୟରେ ହିଁ ଡାକ୍ତରଖାନାକୁ ଅଧିକ ଗର୍ଭବତୀ ମହିଳା ଆସିଥାନ୍ତି। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କାରାଯାଇଥାଏ। ଏଥର ମଧ୍ୟ ତାହ ହିଁ ଘଟିଛି। ତେବେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଶିଶୁ ଜନ୍ମ ନେଇଛନ୍ତି।

Leave A Reply