କୌରବମାନେ ଟେଷ୍ଟ ଟ୍ୟୁବ ବେବି: ଆନ୍ଧ୍ର କୁଳପତି

0

ହାଇଦ୍ରାବାଦ: ମହାଭାରତର କୌରବମାନେ ଥିଲେ ଟେଷ୍ଟ ଟ୍ୟୁବ ବେବି। ଏଭଳି ବିବାଦୀୟ ମତ ଦେଇଛନ୍ତି ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ଜି ନାଗେଶ୍ୱର ରାଓ।
ଭାରତୀୟ ବିଜ୍ଞାନ କଂଗ୍ରେସରେ ଶୁକ୍ରବାର ଉଦବୋଧନ ଦେବା ଅବସରରେ କୁଳପତି ଶ୍ରୀ ରାଓ କହିଛନ୍ତି ଯେ ଷ୍ଟେମ୍‍ ସେଲ୍‍, ଟ୍ୟୁବ୍‍ ଫର୍ଟିଲାଇଜେସନ୍‍ ଓ ମିସାଇଲ୍‍ ଜ୍ଞାନକୌଶଳ ହଜାର ହଜାର ବର୍ଷ ପୂର୍ବରୁ ଭାରତରେ ଉପଯୋଗ ହେଉଥିଲା। ରାମାୟଣ ଓ ମହାଭାରତର ଆଖ୍ୟାୟନ ଏହାର ଉଦାହରଣ। ଜଣେ ମାତାଙ୍କଠାରୁ ୧୦୦ ପୁତ୍ର ଜନ୍ମ ନେଇଥିଲେ। ଷ୍ଟେମ୍‍ ସେଲ୍‍ ଓ ଟେଷ୍ଟ ଟ୍ୟୁବ ବେବି ଜ୍ଞାନକୌଶଳରୁ ଏହା ସମ୍ଭବ ହୋଇପାରିଛି। ସେହିପରି ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ ତାହା ଲକ୍ଷ୍ୟଭେଦ କରିବା ପରେ ପୁଣି ଫେରି ଆସୁଥିଲା। ଏହା ଗାଇଡେଡ୍‍ ମିସାଇଲ୍‍ ଜ୍ଞାନକୌଶଳ ଉପରେ ପର୍ଯ୍ୟବସିତ। ଲଙ୍କାର ରାଜା ରାବଣ ୨୪ଟି ବିଭିନ୍ନ ଧରଣର ବିମାନ ବ୍ୟବହାର କରୁଥିଲା। ସେଗୁଡ଼ିକୁ ରଖିବା ପାଇଁ ୨୪ଟି ବିମାନ ବନ୍ଦର ନିର୍ମାଣ କରାଯାଇଥିଲା।

Leave A Reply