ଇଂଲଣ୍ଡର ପ୍ରଥମ ଇନିଂସ ୨୮୭, ଭାରତ ୭୬/୩

0

ବର୍ମିଂହାମ୍‍ : ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‍ର ଦ୍ବିତୀୟ ଦିନରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୭ ରନ୍‍ କରି ଅଲ ଆଉଟ ହୋଇ ଯାଇଛି। ଭାରତ ପ୍ରଥମ ଇନିଂସରେ ଭୋଜନ ବିରତି ସୁଦ୍ଧା ୩ ୱିକେଟ ହରାଇ ୭୬ ରନ ସଂଗ୍ରହ କରିଛି।  ମୁରଲୀ ବିଜୟ ୨୦, ଶିଖର ଧାୱନ ୨୬ ଏବଂ କେ.ଏଲ ରାହୁଲ ୪ ରନ୍ କରି ଆଉଟ ହୋଇଛନ୍ତି।

ଗୁରୁବାର ଇଂଲଣ୍ଡ ଦଳ ପ୍ରଥମ ଇନିଂସର ଅସମାପ୍ତ ୨୮୫/୯ରୁ ଖେଳ ଆରମ୍ଭ କରି ଆଉ ମାତ୍ର ୨ ରନ ଯୋଡିବାକୁ ସକ୍ଷମ ହୋଇଥିଲା। ଫଳରେ ଇଂଲଣ୍ଡ ଦଳ ୨୮୭ ରନ୍‍ କରି ଆଉଟ ହୋଇ ଯାଇଥିଲା । ଭାରତୀୟ ଅଫ୍‍ସ୍ପିନର ଆର୍‍. ଅଶ୍ୱିନ ୪ଟି ୱିକେଟ ନେଇ ଇଂଲଣ୍ଡ ବ୍ୟାଟିଂ ଉପରେ ଅଙ୍କୁଶ ଲଗାଇଥିଲେ। ସେହିପରି ମହମ୍ମଦ ସାମୀ ୩ଟି, ଉମେଶ ଯାଦବ ଓ ଈଶାନ୍ତ ଶର୍ମା ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ସର୍ବାଧିକ  ୮୦ ରନ୍ କରିଥିଲେ। ସେ ରନ ଆଉଟ ହୋଇଥିଲେ । ଜନି ବେୟାରଷ୍ଟୋ ୭୦ ରନ କରିଥିଲେ।

Leave A Reply