ସୁରକ୍ଷାକର୍ମୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

0

ନୂଆଦିଲ୍ଲୀ: ଇଦ୍‍-ଉଲ୍‍-ଜୁହା ଅବସରରେ ଆତଙ୍କବାଦୀମାନେ ସେମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିଛନ୍ତି। ବୁଧବାର ସକାଳେ ଜମ୍ମୁ-କାଶ୍ମୀର କୁଲଗାମର ଅବଗାମ ଗ୍ରାମରେ ଜଣେ ସୁରକ୍ଷା କର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି କିଛି ଆତଙ୍କବାଦୀ। ଇଦ୍‍ ଅବସରରେ ସୁରକ୍ଷାକର୍ମୀଜଣକ ମସଜିତରୁ ନମାଜ ପାଠ କରି ବାହାରିବା କ୍ଷଣି ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ।

 

 

 

 

ଫୟାଜ ଅହମଦ ନାମକ ଏହି ସୁରକ୍ଷା କର୍ମୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ତେବେ ଚିକିତ୍ସାରତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଫୟାଜ ନିକଟରେ ପୁଲିସ ବାହିନୀରେ ସ୍ୱତନ୍ତ୍ର ପୁଲିସ ଅଫିସର ଭାବେ ନିୟୋଜିତ ହୋଇଥିଲେ। ପରେ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ରାଜ୍ୟ ସରକାର ତାଙ୍କୁ କନେଷ୍ଟବଳ ଭାବେ ପଦୋନ୍ନତି ଦେଇଥିଲେ। ଇଦ୍‍ ଅବସରରେ ସେ କାର୍ଯ୍ୟରୁ ଛୁଟି ନେଇ ଘରକୁ ଯାଇଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଛି।
ଅପରପକ୍ଷରେ ଜମ୍ମୁ-କାଶ୍ମୀରରେ ଇଦ୍‍ ପରି ପବିତ୍ର ଦିନରେ ମଧ୍ୟ ପଥର ଫିଙ୍ଗିବା ସହ କାଶ୍ମୀରରେ ପାକିସ୍ତାନ ଓ ଆଇଏସଆଇଏସ ପତାକା ଉତ୍ତୋଳନ କରିବା ପରି କାର୍ଯ୍ୟ ଅବ୍ୟାହତ ରଖିଛନ୍ତି।

Leave A Reply