ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ : ପୁଲିସ୍ ଇନ୍ସପେକ୍ଟର ସହିଦ, ସର୍ଚ୍ଚ ଅପରେସନ୍ ଜାରି

ଜାମ୍ମୁ: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ସୁନ୍ଦରପୋରା ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିାର ଜାମ୍ମୁ କାଶ୍ମୀର ପୁଲିସର ଜଣେ ଇନ୍ସପେକ୍ଟର ସହିଦ ହୋଇଛନ୍ତି। ସହିଦ ଇନ୍ସପେକ୍ଟର ମହମ୍ମଦ ଅଶରଫ ଭଟ୍ଟ ବୋଲି ଜଣାପଡିଛି। ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ଇନ୍ସପେକ୍ଟରଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂତ୍ରରୁ ପ୍ରକାଶ ଯେ ସେନା ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଧରିବା ପାଇଁ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

Comments
Loading...