ସିଆଇଡି ଏସ୍‍ଆଇଙ୍କୁ ହତ୍ୟା କଲେ ଆତଙ୍କବାଦୀ

0

ଶ୍ରୀନଗର : ଜାମ୍ମୁ କାଶ୍ମୀର ପୁଲୱାମା ଜିଲାରେ ରବିବାର ଆତଙ୍କବାଦୀମାନେ ଜଣେ ସିଆଇଡି ଏସ୍‍ଆଇଙ୍କୁ ହତ୍ୟା କରିଛନ୍ତି। ଜାମ୍ମୁ କାଶ୍ମୀର ପୁଲିସ୍‍ ପୁଲୱାମାର ୱାହିବାଗ ଅଞ୍ଚଳରୁ ସିଆଇଡି ଏସ୍‍ଆଇ ଇମ୍‍ତିୟାଜ ଅହମଦଙ୍କ ଶବ ଏବଂ କାରକୁ ଜବତ କରିଛି।
ସୂଚନା ଅନୁଯାୟୀ ଏସ୍‍ଆଇ ଜଣକ ପୁଲୱାମା ନିବାସୀ। ନିକଟରେ ତାଙ୍କୁ ଶ୍ରୀନଗର ଥାନାରେ ନିଯୁକ୍ତି ମିଳିଥିଲା। ରବିବାର ସନ୍ଧ୍ୟାରେ ଇମ୍‍ତିୟାଜ ଅହମଦ ଜେକେ୦୧ଏଡି୮୩୫୨ ସଂଖ୍ୟା ବିଶିଷ୍ଟ କାରରେ କୌଣସି ଏକ ସ୍ଥାନକୁ ଯାଉଥିଲେ। ବାଟରେ ରଶ୍ମୀ ନାଳ ପାଖରେ ତାଙ୍କ କାରକୁ ଆତଙ୍କବାଦୀମାନେ ଅଟକାଇଥିଲେ। ସେ ପଦାକୁ ବାହାରିବା ପରେ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲୱାମା ପୁଲିସ୍‍, ସେନା ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ୍‍ ଯବାନ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି । ଏସ୍‍ଆଇଙ୍କ ଶବ ଓ କାର ଜବତ କରାଯାଇଛି। ଏହା ପୂର୍ବରୁ ବି ଜାମ୍ମୁ କାଶ୍ମୀରରେ ପୁଲିସ୍‍ କର୍ମୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ତେବେ ଦୁଇରୁ ତିନି ମାସ ହେବ ଏଭଳି ଘଟଣା କ୍ରମରେ ବୃଦ୍ଧି ଘଟିଛି।

Leave A Reply