ସାମ୍ବାଦିକ ଶୁଜାତ ବୁଖାରୀଙ୍କ ହତ୍ୟାକାରୀ ଆତଙ୍କବାଦୀଙ୍କ  ନିହତ

0

ଶ୍ରୀନଗର . – ସୁରକ୍ଷା କର୍ମୀଙ୍କ ଗୁଳିରେ ଶ୍ରୀନଗରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିରେ ସାମ୍ବାଦିକ ଶୁଜାତ ବୁଖାରୀଙ୍କର ହତ୍ୟାକାରୀ ବି ରହିଥିବା କଥା ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଲଶକର୍‌-ଇ-ତୋଇବାର ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିରେ  ଆଜାଦ ମଲ୍ଲିକ ନାମକ ଆତଙ୍କବାଦୀ ରହିଛି । ଆଜାଦ ମଲ୍ଲିକ  ରାଇଜିଂ କାଶ୍ମୀର ଖବର ପୋର୍ଟାଲର ସମ୍ପାଦକ ଥିଲେ । ସେ କାଶ୍ମୀରର ଶାନ୍ତି କଥାବାର୍ତ୍ତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ନିଜ କାର୍ଯ୍ୟାଳୟରୁ ବାହାରିବା ସମୟରେ ଆତାଙ୍କବାଦୀମାନେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ସ ଶୁଜାତଙ୍କୁ ହତ୍ୟାକରିଥିଲେ । ଆଜାଦ ମଲ୍ଲିକ ନାମକ ଆତଙ୍କବାଦୀ ତାଙ୍କ ହତ୍ୟାରେ ସାମିଲ ଥିବା ଆଶଙ୍କା କରାଯାଇଥିଲା। ଆଜାଦ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛି । ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନରୁ ପ୍ରଚୁର ପରିମାଣରେ ଗୋଳ ବାରୁଦ ଓ ବସ୍ଫୋରକ ଜବତ କରାଯାଇଛି ।

Leave A Reply