ଏନ୍‍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ

0

ଶ୍ରୀନଗର: ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଛଟାବଲ୍‌ ତାବେଲାସ୍ଥିତ ଏକ ଘରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର ପାଇ ସୁରକ୍ଷା କର୍ମୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ସୁରକ୍ଷା କର୍ମୀ ପାଲଟା ଗୁଳି ଚାଳନା କରିଥିଲେ। ଗୁଳି ବିନିମୟରେ ତିନିଜଣ ଆତଙ୍କବାଦୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘର ଭିତରେ କେତେଜଣ ଆତଙ୍କବାଦୀ ଅଛନ୍ତି ଜଣାପଡ଼ିନାହିଁ।  ଆତଙ୍କବାଦୀଙ୍କ ଗୁଳିରେ ଜଣେ ସିଆରପିଏଫ୍‍ ଅଧିକାରୀ ଆହତ ହୋଇଥିବା ଜଣାପଡ଼ିଛି। ଶ୍ରୀନଗରରେ ଇଣ୍ଟରନେଟ୍‍ ସେବା ବନ୍ଦ କରାଯାଇଛି। ଏବେ ମଧ୍ୟ ଏନ୍‍କାଉଣ୍ଟର ଜାରି ରହିଛି।

Leave A Reply