ଗୁଳିବିନିମୟରେ ୨ ଆତଙ୍କବାଦୀ ନିହତ

0

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁପୱାଡା ଜିଲାରେ ଗୁରୁବାର ସୁରକ୍ଷାକର୍ମୀଙ୍କ ସହିତ ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ରିପୋର୍ଟ ଅନୁଯାୟୀ କୁପୱାଡାର ଖୁମରିୟାଲ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଛି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଏସଓଜି ଓ ସେନାର ମିଳିତ ଟିମ୍‍ ଚଢଉ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

Leave A Reply