ଆତଙ୍କବାଦୀ ଆକ୍ରମଣରେ ଜଣେ ମୃତ, ୨ ଆହତ

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିବାବେଳେ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗୁରୁବାର ଅନନ୍ତନାଗର ଲାଜିବାଲ ଅଞ୍ଚଳରେ ସିଆରପିଏଫ୍‌ ଓ ପୁଲିସ ପକ୍ଷରୁ ଗାଡି ଯାଞ୍ଚ କରାଯାଉଥିବା ବେଳେ ଏହି ଗୁଳିମାଡ ହୋଇଥିଲା। ଚେକ ପୋଷ୍ଟର ସୁରକ୍ଷା କର୍ମୀମାନେ ଏକ କାରକୁ ଅଟକିବା ଲାଗି ସଙ୍କେତ ଦେଇଥିବାବେଳେ ଏହା ଅଟକିବା ପରିବର୍ତ୍ତେ ଏଥିରେ ଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ। ଏହି ସମୟରେ କାରଟି ଜଣେ ସାଧାରଣ ଲୋକକୁ ଧକ୍କା ଦେଇଥିଲା। ଗାଡି ଧକ୍କାରେ ସାଧାରଣ ଲୋକଟିର ମୃତ୍ୟୁ ହୋଇଥିବାବେଳେ ଗୁଳିମାଡରେ ୨ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଏହା ପୂର୍ବରୁ ସକାଳେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ରାଜୌରି ସେକ୍ଟରସ୍ଥିତ ଭାରତର ଆଗୁଆ ଘାଟି ନିକଟରେ ଥିବା ଜନବସତିକୁ ଗୁଳିମାଡ କରିଥିଲା।

Leave A Reply