www.samajalive.in
Monday, December 15, 2025
24.1 C
Bhubaneswar

୨୦୨୦ରେ ୧୯୧ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରରେ ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସୁରକ୍ଷାକର୍ମୀଙ୍କ ଦ୍ବାରା ୨୦୨୦ ଜାନୁଆରୀରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଜାମ୍ମୁ-କଶ୍ମୀରରେ ୧୯୧ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୦ ବିଦେଶୀ; ଅଥାତ୍‌ ପାକିସ୍ତାନୀ। ଏହି ସମୟ ମଧ୍ୟରେ ପ୍ରାୟ ୧୪୫ ଜଣ ସ୍ଥାନୀୟ ଯୁବକ ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି। ନିଖେଜ ଥିବା ଆଉ ପ୍ରାୟ ୮ଜଣ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଆଶଙ୍କା କରାଯାଉଛି। ୨୦୧୮ରେ ହୋଇଥିବା ୧୦୭ ଗୁଳି ବିନିମୟ ଘଟଣାରେ ସର୍ବାଧିକ ୨୫୪ ଆତଙ୍କବାଦୀ ନିପାତ ହୋଇଥିଲେ। ଅପରପକ୍ଷରେ ସେ ବର୍ଷ ୨୧୦ ସ୍ଥାନୀୟ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ। ଚଳିତ ବର୍ଷ ଏପର୍ୟ୍ୟନ୍ତ ୮୬ଟି ଗୁଳି ବିନିୟମ ଘଟଣା ଘଟିଛି। ଆତଙ୍କବାଦ ସହ ସମ୍ପୃକ୍ତ ପ୍ରାୟ ୫୦ ଯୁବକ ଗିରଫ ହୋଇଛନ୍ତି ଅଥବା ଆତ୍ମସମର୍ପଣ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ୨୦୧୯ରେ ଅନୁଷ୍ଠିତ ୭୯ ଗୁଳି ବିନିମୟରେ ୧୫୭ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୭ କାଶ୍ମୀରୀ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories