କଂଗ୍ରେସ ଶାସନ ସମୟରେ ଆତଙ୍କବାଦ ବଢିଛି : ରାଜନାଥ ସିଂହ

ନୂଆଦିଲ୍ଲୀ : କେନ୍ଦ୍ରରେ କଂଗ୍ରେସ ଶାସନ ସମୟରେ ଦେଶରେ ଆତଙ୍କବାଦ ସମସ୍ୟା ବଢିଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ମୋଦୀ ଶାସନକୁ ଆସିବା ପରେ ଏହାର ଚିତ୍ର ବଦଳିଯାଇଛି। ଆମ ସରକାର ସେନା ଆତଙ୍କବାଦୀକୁ ଠିକ ସମୟରେ ଉଚିତ ଜବାବ ଦେବାପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେଇଛି।
ସେ ଆହୁରି କହିଛନ୍ତି ମୋଦୀଙ୍କ ସମୟରେ ଦେଶର ଅର୍ଥବ୍ୟବସ୍ଥାର ସୁଧାର ହୋଇଛି। ପୁର୍ବରୁ ବିଶ୍ୱ ଅର୍ଥନୈତିକ ସ୍ତରରେ ଭାରତ ନବମ ସ୍ଥାନରେ ଥିବା ସମୟରେ ବର୍ତ୍ତମାନ ଏହା ପଞ୍ଚମ ସ୍ଥାନରେ ରହିଛି। ୨୦୩୦ ସୁଦ୍ଧା ଭାରତ ବିଶ୍ୱର ଅଗ୍ରଣୀ ଅର୍ଥନୀତି ହେବ ବୋଲି ରାଜନାଥ କହିଛନ୍ତି।

Comments
Loading...