ଆତଙ୍କବାଦ ଏସିଆ ପାଇଁ ଗମ୍ଭୀର ସମସ୍ୟା: ବିଦେଶ ମନ୍ତ୍ରୀ ଜୟଶଙ୍କର

ଦୁଶାନବେ: ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଏସିଆ ମହାଦେଶର ଲୋକଙ୍କ ପାଇଁ ଆତଙ୍କବାଦ ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି। ସେ କହିଛନ୍ତି ଯେ ଆତଙ୍କବାଦୀ ଓ ଆତଙ୍କବାଦୀ ଆକ୍ରମଣରେ କ୍ଷତିଗ୍ରସ୍ତ ଲୋକଙ୍କୁ ସମାନ ଢଙ୍ଗରେ ଦେଖାଯିବା ଉଚିତ ନୁହେଁ। ବିଦେଶ ମନ୍ତ୍ରୀ ଜୟଶଙ୍କର ପଞ୍ଚମ ସିଆଇସିଏ ସମ୍ମିଳନୀରେ ଯୋଗଦେବା ଅବସରରେ ଏହା କହିଛନ୍ତି।

ତାଜାକିସ୍ତାନ ରାଜଧାନୀରେ ଦୁଶାନବେରେ ଆୟୋଜିତ ସିଆଇସିଏର ପଞ୍ଚମ ସମ୍ମିଳନୀକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ ସିଆଇସିଏର ସମସ୍ତ ସଭ୍ୟ ରାଷ୍ଟ୍ର ଆତଙ୍କବାଦ କାର୍ଯ୍ୟକଳାପରେ ପ୍ରଭାବିତ। ସେ କହିଛନ୍ତି, ଆତଙ୍କବାଦ ସବୁଠାରୁ ଗମ୍ଭୀର ସମସ୍ୟା ଯାହା ଆମେ ସାମ୍ନା କରୁଛୁ। ସିଆଇସିଏର ସମସ୍ତ ସଭ୍ୟ ରାଷ୍ଟ୍ର ଆତଙ୍କବାଦ କାର୍ଯ୍ୟକଳାପ ଯୋଗୁ ପ୍ରଭାବିତ ହୋଇଥିବା ବେଳେ ଆତଙ୍କବାଦ ଓ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ସମ ଦୃଷ୍ଟିରେ ଦେଖାଯିବା ଉଚିତ ନୁହେଁ।

ସିଆଇସିଏ ହେଉଛି ଏକ ଆନ୍ତର୍ଜାତିକ ମଞ୍ଚ ଯେଉଁଥିରେ ଏସୀୟ ଦେଶଗୁଡିକ ମଧ୍ୟରେ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ପାଇଁ ଆଲୋଚନା ପର୍ଯ୍ୟାଲୋଚନା ମାଧ୍ୟମରେ ପଦକ୍ଷେପ ନିଆଯାଇଥାଏ।

Comments are closed.