ମୁମ୍ବଇର ତାଜ୍‌ ହୋଟେଲ ଉଡ଼ାଇଦେବାକୁ ଆତଙ୍କବାଦୀଙ୍କ ଧମକ

ମୁମ୍ବଇ: ପୁଣି ଥରେ ଆତଙ୍କବାଦୀଙ୍କ ଟାର୍ଗେଟରେ ମୁମ୍ବଇର ତାଜ୍‌ ହୋଟେଲ। ଏହି ହୋଟେଲକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇଛନ୍ତି ଆତଙ୍କବାଦୀ। ୨୦୦୮ ନଭେମ୍ବର ମୁମ୍ବଇ ଆକ୍ରମଣରେ ଏହି ହୋଟେଲକୁ ଟାର୍ଗେଟ କରି ଆତଙ୍କବାଦୀମାନେ ସଂହାରଲୀଳା ରଚିଥିଲେ। ଏଥିରେ ୧୭୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣା ଏଯାଏ ମନରୁ ଲିଭି ନ ଥିଲାବେଳେ ଆତଙ୍କବାଦୀଙ୍କ ସାନି ଧମକ ମୁମ୍ବଇ ପୁଲିସ ଏବଂ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି।

ସୂଚନା ଅନୁସାରେ, କରାଚୀରୁ ଏକ ଆତଙ୍କବାଦୀ ଗୋଷ୍ଠୀ ଟେଲିଫୋନ କରି ତାଜ୍‌ ହୋଟେଲକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇଛି। ସୋମବାର ରାତିରେ ଏହି ଫୋନ୍‌ ଆସିଥିଲା। ଏହା ପରେ ମୁମ୍ବଇ ପୁଲିସ ତତ୍ପର ହୋଇପଡ଼ିଛି। ତାଜ୍‌ ହୋଟେଲ ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ହୋଟେଲ କର୍ତ୍ତୃପକ୍ଷ, କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Comments are closed.