ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

0

ଶ୍ରୀନଗର : ଜାମ୍ମୁ କାଶ୍ମୀର ବାନ୍ଦିପୋରା ଜିଲାର ହାଜିନ୍‍ ଅନ୍ତର୍ଗତ ପରେ ମହଲାଠାରେ ଗୁରୁବାର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁରୁବାର ପୂର୍ବାହ୍ଣରେ ଆତଙ୍କବାଦୀମାନେ ଭାରତୀୟ ସେନା ଏବଂ ରାଜ୍ୟ ପୁଲିସର ଏକ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷାବାହନୀ ପ୍ରତ୍ୟୁତ୍ତର ସ୍ୱରୂପ ଗୁଳିମାଡ଼ କରିବାରୁ ସେଠାରେ ଜୋର୍‍ଦାର ଗୁଳିବିନିମୟ ହୋଇଥିଲା। ପୂର୍ବାହ୍ଣରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ପରେ ଅନ୍ୟ ଜଣଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଗୁଳିବିନିମୟ ଜାରି ଥିବାରୁ ସେଠାରେ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି।

Leave A Reply