ଆତଙ୍କବାଦୀ ଆଡ୍ଡାସ୍ଥଳ ନଷ୍ଟ : ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ନିରାପତ୍ତା ବାହିନୀ ଯବାନମାନେ ବାରମୁଲ୍ଲା ଜିଲ୍ଲାର ରଫିଆବାଦସ୍ଥିତ ଦାଲରି ଜଙ୍ଗଲରେ ଏକ ଆତଙ୍କବାଦୀ ଆଡ୍ଡାସ୍ଥଳକୁ ନଷ୍ଟ କରିଦେଇଛନ୍ତି । ୩୨ ରାଷ୍ଟ୍ରୀୟ ରାଇଫଲ୍ସ, ସିଆର୍‍ପିଏଫ୍‍ର ୯୨ ବାଟାଲିୟନ୍‍ ଏକ ନିର୍ଦ୍ଦିଷ୍ଟ ସୂଚନାକୁ ଭିତ୍ତିକରି ସେହି ଆଡ୍ଡାସ୍ଥଳୀରେ ଚଢ଼ଉ କରିଥିଲେ। ସେଠାରୁ ଦୁଇଟି ଏ.କେ -୪୭ ରାଇଫଲ୍‍, ୨ ହଜାର ରାଉଣ୍ଡ
ଗୁଳି, କିଛି ବେତାର ଯନ୍ତ୍ର ଓ ଲୁଗାପଟା ଜବତ କରାଯାଇଛି।

Comments are closed.