ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ

ରାଉରକେଲା: ରାଉରକେଲା ବାସନ୍ତୀ କଲୋନୀର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅଳ୍ପକେ ପରିବାରଲୋକେ ବର୍ତ୍ତିଯାଇଥିବା ବେଳେ ଗୋଟିଏ କାର‌, ଦୁଇଟି ବାଇକ୍ ଓ ୩ଟି ସାଇକେଲ ସହ ଲକ୍ଷାଧିକ ଟଙ୍କାର ଘରର ଅନ୍ୟାନ୍ୟ ଆସବାବପତ୍ର ପୋଡି ପାଉଁଶ ହେଇଯାଇଛି।

ସୂଚନା ଅନୁଯାୟୀ, ଘରେ ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟିଛି। ଘରେ ସମସ୍ତେ ଶୋଇଥିବା ବେଳେ ଗ୍ୟାରେଜରେ ହଠାତ ନିଆଁ ଲାଗି ଯାଇଥିଲା । ଘର ସାରା ଧୂଆଁ ଖେଳି ଯିବାରୁ ପରିବାର ଲୋକେ ଉଠିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Comments are closed.