ପୁଣି ଶାବରୀମାଳା ମନ୍ଦିରରେ ବିଶୃଙ୍ଖଳା; ଭଗବାନ ଆୟପ୍ପାଙ୍କ ଦର୍ଶନ ପାଇଁ ପହଞ୍ଚିଲେ ୧୧ ମହିଳା

0

ନୂଆଦିଲ୍ଲୀ: କେରଳର ଶାବରୀମାଳା ମନ୍ଦିରରେ ପୁଣି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ରବିବାର ସକାଳେ ଭଗବାନ ଆୟପ୍ପାଙ୍କ ଦର୍ଶନ ପାଇଁ ୧୧ ଜଣ ମହିଳା ଜଙ୍ଗଲ ରାସ୍ତାରେ ଯିବାକୁ ଚେଷ୍ଟା କରିଥିଲେ । ହେଲେ ମନ୍ଦିର ପରିସରରେ ଉପସ୍ଥିତ ଥିବା ବିକ୍ଷୋଭ ପ୍ରଦର୍ଶନକାରୀ ଓ ପୁଲିସ ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ । ବିକ୍ଷୋଭକାରୀମା​‌ନେ ମହିଳାମାନଙ୍କୁ ସଡକ ଉପରେ ବସାଇଛନ୍ତି ।​‌ ଯାହା ଦ୍ବାରା ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମହିଳାମାନଙ୍କ ବୟସ ୫୦ରୁ କମ୍ ବୋଲି ଜଣାପଡିଛି । ବିଶୃଙ୍ଖଳାକୁ ଦୃଷ୍ଟରେ ରଖି ପଥାନାମାଥୀଟ୍ଟା ଜିଲାର ମାଜିଷ୍ଟେଟ୍ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି ।

ସୂଚନାଯୋଗ୍ୟ, ବହୁ ପୁରତନ କାଳରୁ ଶାବରୀମାଳା ମନ୍ଦିରରେ ୧୦ରୁ ୫୦ବର୍ଷ ମହିଳାଙ୍କର ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଡିସେମ୍ବର ୨୮  ତାରିଖରେ ସୁପ୍ରିମକୋର୍ଟ ଏହି କଟକଣାକୁ ହଟାଇବା ପାଇଁ ଐତିହାସିକ ରାୟ ଶୁଣେଇଥିଲେ । ସୁପ୍ରିମକୋର୍ଟର ଏହି ରାୟ ପ୍ରକାଶ ପାଇବା ପରେ ଶାବରୀମାଳା ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ମହିଳାମାନେ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଇଥିଲେ । ସେବେଠାରୁ ସୁପ୍ରିମକୋର୍ଟର ଏହି ରାୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ଭଗବାନ ଆୟପ୍ପାଙ୍କ ଦର୍ଶନ ପାଇଁ ପହଞ୍ଚିଥିବା ୧୧ ମହିଳାମାନଙ୍କ ମଧ୍ୟରୁ ଜଣେ ମହିଳା ଥିଲାକାବାଥୀଙ୍କ କହିଛନ୍ତି ଯେ, ଭଗବାନଙ୍କ ଦର୍ଶନ କରିବାକୁ ଦିଆ ନଯିବା ପର୍ୟ୍ୟନ୍ତ ଆମେ ଏଠାରେ ବିରୋଧ ପ୍ରଦର୍ଶନ କରିବୁ । ପୁଲିସ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମକୁ ଫେରି ଯିବାକୁ କହୁଛନ୍ତି କିନ୍ତୁ ଆମେ ଫେରିବୁ ନାହିଁ । ପମ୍ବାର ସ୍ଥାନୀୟ ପୂଜାରୀ ମଧ୍ୟ ଆମକୁ ସମର୍ଥନ କରୁ ନାହାଁନ୍ତି ଏବଂ ପରମ୍ପରା ହିସାବରେ ଆମକୁ ପୂଜା କରିବାକୁ ଦିଆଯାଉ ନାହିଁ । ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟକୁ ଲିଖିତ ଆକାରରେ ସୂଚନା ଦିଆଯାଇଛି ବୋଲି ଅନ୍ୟ ଜଣେ ମହିଳା କହିଛନ୍ତି । ଏହି ମହିଳା ସମୂହ ମଧ୍ୟରେ ଓଡିଶା, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁର ମହିଳା ରହିଛନ୍ତି ।

Leave A Reply