ଦିନଚର୍ଯ୍ୟାରେ ସାମିଲ୍‍ କରନ୍ତୁ ଏହି ଅଭ୍ୟାସ : ବିରକ୍ତିକର ଜୀବନ ବଦଳିଯିବ ଖୁସିମୟ ଜୀବନରେ

0

ପ୍ରତିଦିନର ବ୍ୟସ୍ତତା ଓ ଚିନ୍ତାଗ୍ରସ୍ତ ଜୀବନ ମଧ୍ୟରେ ଫସି ଲୋକେ କ୍ରୋଧ ସହିତ ବିରକ୍ତିଭାବ ପ୍ରକାଶ କରିଥାଆନ୍ତି। ଏପରି ପ୍ରାୟତଃ ଅଫିସ୍‍ର ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଠାରୁ ଗାଳି ଶୁଣିବା କିମ୍ବା କୌଣସି ପାରିବାରିକ ସମସ୍ୟା କାରଣରୁ ହୋଇଥାଏ। ସର୍ବଦା ସୁଖକର ଓ ଚିନ୍ତାମୁକ୍ତ ଜୀବନ ଜିଇଁବା ପାଇଁ କିଛି ଉନ୍ନତ ପଦକ୍ଷେପ ନେବା ଆବଶ୍ୟକ। ଆସନ୍ତୁ ଜାଣିବା ସେ ବିଷୟରେ –
ସକାଳର ତାଜା ପବନ ଓ ଆଲୋକକୁ ଘର ଭିତରକୁ ଆସିବାକୁ ଦିଅନ୍ତୁ :
ସକାଳୁ କେବଳ ଘରର ଝରକା ନୁହେଁ ବରଂ ହୃଦୟର ଝରକା ଖୋଲି ଦିବସର ଆଲୋକକୁ ସ୍ୱାଗତ କରନ୍ତୁ। ଘରେ ଏପରି ପରଦା ଲଗାନ୍ତୁ ଯେପରି ସକାଳ ହେବା ମାତ୍ରେ ଘର ପ୍ରାକୃତିକ ଆଲୋକ ପ୍ରବେଶ କରି ଘରକୁ ଆଲୋକିତ କରିବ। ସାରାଦିନ ଶରୀରକୁ ତାଜା ଓ କାର୍ଯ୍ୟକ୍ଷମ ରଖିବା ପାଇଁ ସକାଳୁ ପ୍ରାକୃତିକ ଆଲୋକ ଓ ପବନ ସଂସ୍ପର୍ଶରେ ରୁହନ୍ତୁ। ଏହି ଆଲୋକ ଶରୀରର ମେଲାଟୋନିନ୍‍ର ଉତ୍ପାଦନ କମ୍‍ କରିବା ସହ ଅଡ୍ରେନାଲିନର ଉତ୍ପାଦନ ଆରମ୍ଭ କରିବା ପାଇଁ ସଙ୍କେତ ଦେଇଥାଏ। ଏହାଦ୍ୱାରା ଆପଣଙ୍କର ବାକି ନିଦ ଭାଙ୍ଗି ଯାଇଥାଏ ଓ ଆଲାର୍ମ୍‍ ବାଜିବା ଦ୍ୱାରା ବିରକ୍ତି ଲାଗି ନଥାଏ।
ବ୍ୟାୟାମ ନିଶ୍ଚିତ କରନ୍ତୁ :
ବ୍ୟାୟାମ ଆପଣଙ୍କୁ ସାରାଦିନ ସତେଜ ରଖିଥାଏ, ଯଦ୍ୱାରା କୌଣସିି ଭୁଲ୍‍ କରିବାରୁ ଆପଣ ବର୍ତ୍ତି ଯାଇଥାଆନ୍ତି। ନିୟମିତ ବ୍ୟାୟାମ କରିବା ଦ୍ୱାରା ଏଣ୍ଡୋର୍‍ଫିନ୍ସ ହର୍‍ମୋନ୍‍ ସକ୍ରିୟ ହୋଇଥାଏ। ଏହାଦ୍ୱାରା ଆପଣ ଦିନସାରା ଖୁସିରେ ରହିବା ସହ କ୍ଳାନ୍ତି ମଧ୍ୟ ଦୂର ହୋଇଥାଏ।
ନିଜକୁ ସମୟ ଦିଅନ୍ତୁ :
ଦିନର ବ୍ୟସ୍ତବହୁଳତା ମଧ୍ୟରେ ୧୦-୧୫ ମିନିଟ୍‍ କେବଳ ନିଜ ସହ ବିତାନ୍ତୁ। ଏହାଦ୍ୱାରା ଆପଣଙ୍କୁ ଖୁସି ଓ ଶାନ୍ତି ଅନୁଭବ ହୋଇଥାଏ। ସେଥିପାଇଁ ଚାହିଁଲେ ମନ ପସନ୍ଦର ଗୀତ ଶୁଣନ୍ତୁ, କିଛି ବହି ପଢନ୍ତୁ କିମ୍ବା ଇଚ୍ଛା ଅନୁସାରେ ଆଉକିଛି, କିନ୍ତୁ ନିଜକୁ ସମୟ ନିଶ୍ଚିତ ଦିଅନ୍ତୁ।
ଆଲାର୍ମ୍‍ ଦେଇ ଶୁଅନ୍ତୁ :
ଯେଉଁ ସମୟରେ ଉଠିବାକୁ ଅଛି ତା’ର ୧୫ ମିନିଟ୍‍ ପୁର୍ବ ସମୟର ଆଲାର୍ମ୍‍ ଦେଇ ଶୁଅନ୍ତୁ। ଏହାଦ୍ୱାରା ଶରୀରକୁ ଚଳପ୍ରଚଳ ଓ କିଛି ଭାବ ବିଚାର କରିବା ପାଇଁ ସମୟ ମିଳିଥାଏ। ଏହା ସହିତ ବିଳମ୍ବ ହେବା ଭୟରେ ହଡ଼ବଡ଼ ହୋଇ ସଜ୍ୟା ତ୍ୟାଗ କରିବା ପରିବର୍ତ୍ତେ ଆରାମରେ ଉଠି ପାରିବେ।

Leave A Reply