ଷ୍ଟିଫେନ୍‍ସ ଓ ବର୍ଟନ୍‍ସ ସେମିକୁ ଉନ୍ନୀତ

0

ସିଙ୍ଗାପୁର : ଆମେରିକାର ସ୍ଲୋଏନ ଷ୍ଟିଫେନ୍‍ସ ଓ ନେଦରଲାଣ୍ଡ୍‍ସର କିକି ବର୍ଟନ୍‍ସ ଏଠାରେ ଚାଲିଥିବା ସିଜିନର ଅନ୍ତିମ ଟେନିସ ଟୁର୍ଣ୍ଣାମେଣ୍ଟ (ମହିଳା) ଡବ୍ଲ୍ୟୁଟିଏ ଫାଇନାଲ୍‍ସରେ ସିଙ୍ଗଲ୍‍ସ ଇଭେଣ୍ଟରେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ରେଡ୍‍ ଗ୍ରୁପ୍‍ର ଏକ ମ୍ୟାଚରେ ୫ମ ସିଡ୍‍ ଷ୍ଟିଫେନ୍‍ସ ୬-୩, ୬-୩ ସେଟ୍‍ରେ ଟପ୍‍ ସିଡ୍‍ ଜର୍ମାନୀର ଆଞ୍ଜେଲିକ କର୍ବରଙ୍କୁ ପରାସ୍ତ କରିଛନ୍ତି। ଅପରପକ୍ଷରେ ଏହି ଗ୍ରୁପ୍‍ର ଅନ୍ୟ ଏକ ମ୍ୟାଚରେ ବର୍ଟନ୍‍ସ ପ୍ରଥମ ସେଟ୍‍କୁ ୬-୩ରେ ଜିତିଥିବାବେଳେ ଜାପାନର ନାଓମି ଓସାକା ଆହତ ହୋଇ ଓହରିଯାଇଥିଲେ। ଗ୍ରୁପ୍‍ ପର୍ଯ୍ୟାୟରେ ଷ୍ଟିଫେନ୍‍ସ ସମସ୍ତ ତିନିଟି ଓ ବର୍ଟନ୍‍ସ ଦୁଇଟି ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ସ୍ଥାନ ପକ୍କା କରିପାରିଛନ୍ତି। ପୂର୍ବରୁ ୟୁକ୍ରେନର ଏଲିନା ଶ୍ୱିତୋଲିନା ଓ ଚେକ୍‍ ରିପବ୍ଲିକ୍‍ର କ୍ୟାରୋଲିନା ପ୍ଲିସ୍କୋଭା ସେମିକୁ ଉନ୍ନୀତ ହୋଇସାରିଛନ୍ତି।

Leave A Reply