ଟେନିସ୍‍ରେ ପ୍ରାଜ୍ଞେଶଙ୍କୁ ବ୍ରୋଞ୍ଜ୍‍

0

ଜାକର୍ତ୍ତା : ୧୮ଶ ଏସୀୟ କ୍ରୀଡ଼ାରେ ଟେନିସ୍‍ରେ ୩ଟି ପଦକ ଜିତି ଭାରତୀୟ ଖେଳାଳି ସେମାନଙ୍କ ଅଭିଯାନ ଶେଷ କରିଛନ୍ତି। ଗୁରୁବାର ମହିଳା ସିଙ୍ଗଲ୍‍ସରେ ଭାରତର ଅଙ୍କିତା ରୈନା ବ୍ରୋଞ୍ଜ୍‍ ପଦକ ଜିତିଥିବା ବେଳେ ଶୁକ୍ରବାର ପୁରୁଷ ଡବଲ୍‍ସରେ ରୋହଣ ବୋପନ୍ନା ଓ ଦିବିଜ ଶରଣ ସ୍ୱର୍ଣ୍ଣପଦକ ଜିତିଛନ୍ତି। ପୁରୁଷ ଡବଲ୍‍ସରେ ଭାରତର ପ୍ରାଜ୍ଞେଶ ଗୁଣେଶ୍ୱରନ୍‍ ସେମିଫାଇନାଲରେ ପରାସ୍ତହୋଇ ବ୍ରୋଞ୍ଜ୍‍ ପଦକ ଜିତିଛନ୍ତି। ଶୁକ୍ରବାର ଖେଳା ଯାଇଥିବା ସେମିଫାଇନାଲ ମୁକାବିଲାରେ ବିଶ୍ୱର ୭୫ନଂ ସିଙ୍ଗଲ୍‍ସ ଖେଳାଳି ଉଜ୍‍ବେକିସ୍ତାନର ଡେନିସ୍‍ ଇଷ୍ଟୋମିନ୍‍ ୬-୨, ୬-୨ ସେଟ୍‍ରେ ପ୍ରାଜ୍ଞେଶଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲାରେ ଇଷ୍ଟୋମିନ୍‍ ଫେଭରିଟ୍‍ ଥିଲେ ହେଁ ଦେଢ଼ ଘଣ୍ଟାରେ ଏହି ମ୍ୟାଚ୍‍ ଜିତି ଫାଇନାଲରେ ପହଞ୍ଚିଛନ୍ତି।

Leave A Reply