ଭାରତୀୟ ବାୟୁସେନାକୁ ତେନ୍ଦୁଲକରଙ୍କ ’ରାଫେଲ’ ଶୁଭେଚ୍ଛା

୨୦୨୦ ଜୁଲାଇ ୨୦ ତାରିଖ ଭାରତୀୟ ବାୟୁସେନା ନିମନ୍ତେ ଏକ ସ୍ମରଣୀୟ ଦିନ । ଏହି ଦିନ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ସବୁଠୁ ଶକ୍ତିଶାଳୀ ଲଢ଼ୁଆ ବିମାନ ରାଫେଲ । ଏହା ସହ ସ୍ପାର୍ଡ଼ନ ୧୭କୁ ମଧ୍ୟ ପୁର୍ନଜୀବିତ କରାଯାଇଛି । ୫ଟି ରାଫେଲ ଅମ୍ବାଲା ଏୟାରବେସରେ ଓହ୍ଲାଇବା ପରେ ବାୟୁସେନାକୁ ମିଳିଛି ବହୁ ଅଭିନନ୍ଦନ।ତେବେ ଏହି ଅବସରରେ ସଚିନ ତେନ୍ଦୁଲକର ଭାରତୀୟ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ସଚିନ ନିଜ ଟ୍ବିଟରେ ଲେଖିଛନ୍ତି – ଭାରତୀୟ ବାୟୁସେନା ଏହି ଫାଇଟର ଜେଟ ରାଫେଲ ବିମାନ ପାଇଥିବାରୁ ଅଭିନନ୍ଦନ ।

ଏହା ଆମର ସେନାଶକ୍ତିକୁ ସୁଦୃଢ଼ କରିବ । ଆକାଶରେ ରହି ଆମ ଦେଶକୁ ରକ୍ଷା କରିପାରିବ । ପୂର୍ବରୁ ଭାରତୀୟ ବାୟୁସେନାରେ କ୍ୟାପଟେନ୍ ମାନ୍ୟତା ତେନ୍ଦୁଲକର ପାଇଥିଲେ ଓ ୨୦୧୦ରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗତବର୍ଷ ଭାରତୀୟ ବାୟୁସେନାର ସ୍ଥାପନା ଦିବସରେ ତେନ୍ଦୁଲକର ପୁରା ୟୁନିଫର୍ମରେ ସେଠାରେ ପହଞ୍ଚିଥିଲେ ।

Comments are closed.