୨୪ ଘଣ୍ଟାରେ ଦିଲ୍ଲୀ ମେଟ୍ରୋରେ ୧୦ ସିଆଇଏସଏଫ୍ ଯବାନ୍ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ମେଟ୍ରୋର ସୁରକ୍ଷା କ୍ଷେତ୍ରରେ ନିୟୋଜିତ ହୋଇଥିବା ଆଉ ୧୦ ଜଣ ସିଆଇଏସ୍ଏଫ୍ ଯବାନ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ସହ ମେଟ୍ରୋରେ ନିୟୋଜିତ ସଂକ୍ରମିତ ସିଆଇଏସଏଫ୍ କର୍ମଚାରୀଙ୍କ ସଂଖ୍ୟା ବର୍ତ୍ତମାନ ୨୧କୁ ବୃଦ୍ଧି ପାଇଛି। ସେହିଭଳି ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରେ ନିୟୋଜିତ ତିନିଜଣ ସୈନିକ ସଂକ୍ରମିତ ହୋଇସାରିଛନ୍ତି।
ସିଆଇଏସ୍ଏଫ୍ ମୁଖପାତ୍ର ହେମେନ୍ଦ୍ର ସିଂଙ୍କ କହିବା ଅନୁଯାୟୀ, ଯବାନମାନଙ୍କଠାରେ କରୋନା ଲକ୍ଷଣ ଦେଖାଯିବା ମାତ୍ରେ ଯବାନମାନଙ୍କର କୋଭିଡ଼୍ ପରୀକ୍ଷା କରାଯାଇଥିଲେ। ଏଥିରେ ୧୦ ଜଣ ଯବାନ ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କର ସଂସ୍ପର୍ଷରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟିନରେ ରଖିବା ପ୍ରକ୍ରିୟା ଆରମ୍ଭ ହୋଇଛି।

Comments are closed.