ଆତ୍ମସମର୍ପଣ କଲେ ଦଶ ଜଣ ମାଓବାଦୀ

0

ମାଲକାନଗିରି :  ମାଲକାନଗିରି ସୀମାନ୍ତବର୍ତ୍ତୀ  ଛତିଶଗଡର କୋଣ୍ଡାଗାଓଁ ଏସ୍‌ପିଙ୍କ  ନିକଟରେ ସୋମବାରରେ ୩ ଜଣ ମାଓ କମାଣ୍ଡରଙ୍କ ସହ ମୋଟ ୧୦ ଜଣ ମାଓ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି ।

ମାଓ ସଂଗଠରନେ ବିଭିନ୍ନ ମାଓ ହିଂସାରେ ସାମିଲ ଥିବା ବିକାଶ ସଲମା, ରାମ ଲାଲ ବେଟି, ଜାଗାରାମ ସାଲମାଙ୍କ ସହ ତାଙ୍କ ୭ଜଣ ସହଯୋଗୀ କିସ୍ତାରାମ ବେଟି, ଦତାରୁ ବେଟି, ତାହାଡୁ ବେଟି, ମାଙ୍ଗଲରାମ, ଦାଜୁ ଲାହାରୀ, ସାରୀବା ଲାହାରୀ ଆତ୍ମ ସମର୍ପଣ କରିଛନ୍ତି ।

ଆତ୍ମ ସମର୍ପଣ କରିଥିବା ମାଓବାଦୀମାନଙ୍କୁ ଧରାଇ ଦେବା ପାଇଁ ଏକ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆତ୍ମ ସମର୍ପଣ କରିଥିବାରୁ ସରକାରୀ ନିୟମ ଅନୁସାରେ ଏମାନଙ୍କର ଥଇଥାନ କରାଯିବ ବୋଲି ଛତିଶଗଡର ପୁଲିସ ଆଇଜି ବିବେକା ନନ୍ଦ ସିଂ ସୂଚନା ଦେଇଛନ୍ତି ।

Leave A Reply