୪୦ ଡିଗ୍ରୀ ଟପିଲା ରାଜ୍ୟର ୧୧ଟି ସହର

ଭୁବନେଶ୍ୱର : ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରାହିଛି। ଶୁକ୍ରବାର ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ଜଣାପଡିଛି। ତତଲା ସହର ମାନ୍ୟତା ପାଇ ଟିଟଲାଗଡରେ ସର୍ବୋଚ୍ଚ ତାପମାତ୍ରା ୪୪ଡିଗ୍ରୀ ରହିଛି। ସେହିପରି ବଲାଙ୍ଗୀରରେ ୪୩, ଝାରସୁଗୁଡାରେ ୪୨.୨, ଭବାନୀପାଟଣା, ମାଲକାନଗିରି ଓ ସୋନପୁରରେ ୪୨, ସମ୍ବଲପୁରରେ ୪୧.୯, ହୀରାକୁଦରେ ୪୧.୫ ଓ ଅନୁଗୋଳରେ ୪୧.୧, ସୁନ୍ଦରଗଡ ୪୦.୫ ଓ ଫୁଲବାଣୀ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି।
ତେବେ ରାଜଧାନୀର ତାପମାତ୍ରା ୩୮.୨, କଟକରେ ୩୯ ଡିଗ୍ରୀ ରହିଥିଲା।

Comments are closed.