ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ଅବଢା ଦର ତାଲିକା

0

ପୁରୀ: ଶ୍ରୀମନ୍ଦିରର ଆନନ୍ଦ ବଜାରରେ  ଅବଢାର ଦର ତାଲିକା ଲାଗିବ । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସୁପ୍ରିକୋର୍ଟଙ୍କ ନିର୍ଦେଶ ପରେ ଶ୍ରୀମନ୍ଦିରରେର ବିଭିନ୍ନ ସଂସ୍କାର ଆଣିବା ପାଇଁ ଉଦ୍ୟମ ହେଉଛି । ସୁପ୍ରିମ କୋର୍ଟ ଯେଉଁ ବାରଟି ନିର୍ଦେଶ ଦେଇଛନ୍ତି  ସେମାନଙ୍କ ମଧ୍ୟରୁ କେତୋଟିକୁ  ତୁରନ୍ତ ଲାଗୁ କରାଯାଇ ପାରିବେ ସେ ବିଷୟରେ ଆଲୋଚନା କରାଯାଇଛି ।

ଶ୍ରୀମନ୍ଦିରରରେ ଥାଳି କିମ୍ବା ଗରା ରଖି ଦାନ ଦକ୍ଷିଣା ମାଗିବାକୁ ନିଷେଧ କରାଯାଇଛି । ସିସି ଟିଭିରେ ଏହା ଉପରେ ନଜର ରଖାଯାଇଛି ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଦର୍ଶନ ଓ ମହାପ୍ରସାଦ ବିକ୍ରି ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଲୋଚନା କରାଯାଇଥିବା ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply