ବାଲେଶ୍ବର ଜିଲାର ୨ଟି ମନ୍ଦିରରୁ ଚୋରି

0

ବାଲେଶ୍ବର : ବାଲେଶ୍ବର ଜିଲାରେ ଏକକାଳୀନ ୨ଟି ମନ୍ଦିରରୁ ଚୋରି ହୋଇଛି। ସିମୁଳିଆ ଥାନା ଓ ଖାଇରା ଥାନା ଅଞ୍ଚଳରେ ଥିବା ଦୁଇଟି ମନ୍ଦିରରୁ ଚୋରି ହୋଇଛି। ସିମୁଳିଆ ଥାନା ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ରଘୁନାଥ ମନ୍ଦିର ଓ ଖାଇରା ଥାନା ବକ୍ରେଶ୍ବର ଶିବ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ମନ୍ଦିରରେ ପଶି ଚୋରି କରିଥିଲେ। ମଙ୍ଗଳବାର ସକାଳୁ ଏହି ଘଟଣା ସମ୍ପର୍କରେ ଜଣାପଡିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply