ପ୍ରତ୍ୟେକ ଦିନ ମନ୍ଦିର ଯିବାର ବୈଜ୍ଞାନିକ ଲାଭ

0

କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ମନ୍ଦିର ଯାଇଥାଆନ୍ତି। କିନ୍ତୁ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ମନ୍ଦିର ଯାଇନପାରି ଘରେ ପୂଜା କରିଥାଆନ୍ତି। ଗୃହରେ ପୂଜା ଘର ରହିଥିଲେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। କିନ୍ତୁ ମନ୍ଦିର ଯିବା ଦ୍ୱାରା ଆଧ୍ୟାତ୍ମିକ ଲାଭ ମିଳିଥାଏ। ମନ୍ଦିର ଯିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପଡିବା ସହ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସେ ସବୁ କ’ଣ ..
ଋକ୍ତଚାପ ନିୟନ୍ତ୍ରିତ ହୋଇଥାଏ :
ମନ୍ଦିରକୁ ଖାଲି ପାଦରେ ଯିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଏହାଦ୍ୱାରା ସକରାତ୍ମକ ଶକ୍ତି ଆମ ପାଦ ମଧ୍ୟ ଦେଇ ଶରୀରକୁ ପ୍ରବେଶ କରିଥାଏ। ଖାଲି ପାଦରେ ଚାଲିବା ଦ୍ୱାରା ପାଦର ତଳ ଭାଗରେ ଚାପ ପଡିଥାଏ। ଯାହାଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।
ଏକାଗ୍ରତା ବୃଦ୍ଧି ପାଇଥାଏ :
ମନ୍ଦିର ଯାଇ ମଥାରେ ଚନ୍ଦନ ଟିକା ଲଗାଇବା ଦ୍ୱାରା ମନ ଶାନ୍ତ ରହିଥାଏ। କାରଣ ଚନ୍ଦନରେ ଶୀତଳତା ରହିଛି। ମନ୍ଦିରରେ ଚନ୍ଦନ ଲଗାଇ କିଛି ସମୟ ଆଖି ବନ୍ଦ କରି ବସିବା ଦ୍ୱାରା ଏକାଗ୍ରତା ବୃଦ୍ଧି ପାଇଥାଏ।
ଶକ୍ତି ବୃଦ୍ଧି ପାଇଥାଏ :
ଯେବେ ବି ଆମେ ମନ୍ଦିର ଯାଇ ଘଣ୍ଟି ବଜାଇଥାଉ ତାହାର ଶବ୍ଦ ଆମ କାନରେ ୭ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ। ଏହାଦ୍ୱାରା ଶରୀରକୁ ଶାନ୍ତି ମିଳିଥାଏ। ଏପରି ହେବା ଦ୍ୱାରା ଶରୀରରେ ଶକ୍ତି ବୃଦ୍ଧି ପାଇଥାଏ।
ମାନସିକ ଦୁଃଶ୍ଚିନ୍ତାରୁ ରକ୍ଷା କରେ :
ମନ୍ଦିରର ଶାନ୍ତ ପରିବେଶରେ ମନକୁ ଶାନ୍ତି ମିଳିଥାଏ। ଘଣ୍ଟି ଓ ଶଙ୍ଖର ଶବ୍ଦରେ ମନକୁ ମାନସିକ ରୂପେ ଶାନ୍ତି ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ।
ନିଦ୍ରା ଭଲ ହୋଇଥାଏ :
ମନ୍ଦିର ଯିବା ଦ୍ୱାରା ମନ ଶାନ୍ତ ରହିଥାଏ। ଏହା ମସ୍ତିଷ୍କରେ ଅଯଥା କଥା ସୃଷ୍ଟି କରି ନଥାଏ। ଏହାଦ୍ୱାରା ମନ ଶାନ୍ତ ହେବା ସହ ଭଲ ଭାବେ ନିଦ ହୋଇଥାଏ।

Leave A Reply