ମନ୍ଦିରରେ ପ୍ରବେଶ କରିବା ବେଳେ ଧ୍ୟାନ ଦିଅନ୍ତୁ ଏହି ଦିଗ ପ୍ରତି

0

ହିନ୍ଦୁ ଧର୍ମରେ ମନ୍ଦିରକୁ ପବିତ୍ର ସ୍ଥାନ ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ, ମନ୍ଦିର ଏକ ଏପରି ସ୍ଥାନ ଯେଉଁଠି ଭଗବାନ ବାସ କରିଥାଆନ୍ତି। ଏହାସହ ଭକ୍ତମାନେ ବିନା କୌଣସି ସ୍ବାର୍ଥରେ ସେଠାକୁ ଯାଇଥାଆନ୍ତି। କିନ୍ତୁ ମନ୍ଦିରରେ ପ୍ରବେଶ କରିବା ବେଳେ କିଛି ନିୟମ ପ୍ରତି ଧ୍ୟାନ ଦେବା ଉଚିତ। ଏହାଦ୍ବାରା ମନ୍ଦିରରେ ପ୍ରାର୍ଥନା କରିବାର ଭଲ ପରିଣାମ ପ୍ରାପ୍ତି ହୋଇଥାଏ। ଆସନ୍ତୁ ଜାଣିବା ମନ୍ଦିରେ ପ୍ରବେଶ କରିବା ବେଳେ କେଉଁ ନିୟମ ପାଳନ କରିବା ଉଚିତ ..

ସମସ୍ତ ମନୁଷ୍ୟ ଜାଣିଛନ୍ତି ଯେ, ମନ୍ଦିର ଏକ ପବିତ୍ର ଓ ଧାର୍ମିକ ସ୍ଥଳ ଅଟେ। ତେଣୁ ସେଠାକୁ ସଂସ୍କୃତି ଓ ପରମ୍ପରା ଅନୁଯାୟୀ, ପୋଷାକ ପରିଧାନ କରି ଯାଇଥାଆନ୍ତି। ଏହାସହ ମହିଳାମାନେ ମନ୍ଦିରରେ ପ୍ରବେଶ କରିବା ମାତ୍ରେ ମୁଣ୍ଡକୁ ଢାଙ୍କି କରି ଯାଇଥାଆନ୍ତି।

ହିନ୍ଦୁ ମାନ୍ୟତା ଅନୁସାରେ, ମନ୍ଦିର ଯିବା ପୂର୍ବରୁ ସ୍ନାନ ସାରି ଦିଅନ୍ତୁ ଓ ଅନ୍ୟ ଦୈନନ୍ଦିନ କାର୍ଯ୍ୟରୁ ନିବୃତ୍ତ ରହିବା ଉଚିତ। ମନ୍ଦିର ଯିବା ପୂର୍ବରୁ ସର୍ବଦା ଫୁଲ ଓ ପ୍ରସାଦ ସାଥୀରେ ନେଇ ଯିବା ଉଚିତ।

ମନ୍ଦିରରେ ଭଗବାନଙ୍କ ସମ୍ମୁଖରେ ଦୁଇ ହାତ ଯୋଡି ପ୍ରଣାମ କରିବା ଉଚିତ। ଏପରି କରିବା ଦ୍ବାରା ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଏହା ବ୍ୟତୀତ ଶରୀରରେ ସକାରାତ୍ମକ ଶକ୍ତି ଉତ୍ପନ୍ନ  ହୋଇଥାଏ।

 

Leave A Reply