୪୦ ଡିଗ୍ରୀ ଉପରେ ୮ ସହର

ଭୁବନେଶ୍ୱର: ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପ୍ରବଳ ଗରମ ଯୋଗୁ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି। ବିଶେଷ କରି ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ଅତ୍ୟଧିକ ଅନୁଭୂତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ, ୮ଟି ଜିଲ୍ଲା ପଶ୍ଚିମ ଓଡିଶାର।

ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ, ବଲାଙ୍ଗିରରେ ୪୪, ମାଲକାନଗିରିରେ ୪୩.୪, ସୁନ୍ଦରଗଡ଼ରେ ୪୩, ଭବାନୀପାଟଣାରେ ୪୩, ସୋନପୁରର ୪୩, ସମ୍ବଲପୁରର ୪୨.୭, ଝାରସୁଗୁଡ଼ାରେ ୪୨.୬, ହୀରାକୁଦରେ ୪୧.୪, କେଉଁଝରଗଡ଼ରେ ୩୯.୮, ଅନୁଗୁଳରେ ୩୯.୧, ଚାନ୍ଦବାଲିରେ ୩୮.୨, କଟକରେ ୩୮, ବାରିପଦାରେ ୩୮, ଭୁବନେଶ୍ୱରରେ ୩୭.୭, କୋରାପୁଟରେ ୩୬.୬, ଦାରିଙ୍ଗିବାଡ଼ିରେ ୩୬.୨, ବାଲେଶ୍ୱରରେ ୩୫.୬, ପୁରୀରେ ୩୩.୮ ଏବଂ ପାରାଦ୍ୱୀପରେ ୩୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି।

Comments are closed.