ଦିନ ତାପମାତ୍ର ବଢ଼ିବ ୫ଡିଗ୍ରୀ, ମାର୍ଚ୍ଚରୁ ମେ’ ଭୀଷଣ ଖରା

ରାଜ୍ୟର ୯ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବ। କେତେକ ଜିଲ୍ଲାରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଦିଆଯାଇଛି। ଏହି ସମୟରେ ବାହାରକୁ ଯାଉଥିଲେ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

 

ଅପରପକ୍ଷରେ ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଖରା ହେବ। ପ୍ରବଳ ଖରା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ। ପୂର୍ବ ଛତିଶଗଡ଼, ପଶ୍ଚିମ ଓଡ଼ିଶାର କିଛି ଜିଲାରେ ଭୀଷଣ ଖରା ହେବ। କୋଙ୍କଣ, ଗୋଆ ଏବଂ ଉପକୂଳ ଆନ୍ଧ୍ର ପ୍ରଦେଶରେ ମଧ୍ୟ ପ୍ରବଳ ଖରା ହେବ। ସ୍ବାଭାବିକ ଓ ସର୍ବୋଚ୍ଚଠାରୁ ତାପମାତ୍ରା ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Comments are closed.