ପାରଦ ଖସିଲା; ଜ୍ବଳାରୁ ମୁକ୍ତି ନାହିଁ

ଭୁବନେଶ୍ୱର : ଯନ୍ତ୍ରଣାଦାୟକ ଗୁଳୁଗୁଳିର ମୁକ୍ତି ମିଳି ନାହିଁ। କିନ୍ତୁ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଦେଖା ଯାଇଛି। ଲଗାତାର ଭାବେ ୪୪ଂ/୪୫ଂ ଡିଗ୍ରୀ ଉପରେ ରହି ଆସୁଥିବା ପାରଦ ଆଜି ୪୧ଂ ଭିତରେ ସିମୀତ ରହିଛି। ମଙ୍ଗଳବାର କେବଳ ସୋନପୁରରେ ତାତି ୪୨ଂ ଅତିକ୍ରମ କରିଛି। ପାରଦ ଖସି ଥିଲେ ବି ଗରମ ଜ୍ବାଳା କମିନାହିଁ। ସକାଳୁ ଦିନ ୫ଟା ପର୍ଯ୍ୟନ୍ତ ଦେହମୁଣ୍ଡ ଜଳି ଯାଉଛି। ଦେହରୁ ଝାଳ ଶୁଖୁନାହିଁ। ଆଜି ତାଳଚେରରେ ତାପମାତ୍ରା ୪୧.୭ଂ ଥିବାବେଳେ ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୪୧.୬ଂ ରହିଥିଲା। ସେହିପରି ଟିଟିଲାଗଡ଼, ମାଲକାନଗିରି, ଭବାନୀପାଟଣାରେ ୪୧.୫ଂ, ବଲାଙ୍ଗିର, ହୀରାକୁଦ, ସମ୍ବଲପୁରରେ ତାତି ୪୧ଂ ଅତିକ୍ରମ କରିଛି। ଆଜି
ଦାରିଙ୍ଗିବାଡ଼ିରେ ୩୪ଂ ରେକର୍ଡ କରାଯାଇଛି। ସାମୁଦ୍ରିକ ବାତ୍ୟା ଫଣି ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ। କିନ୍ତୁ ଆସନ୍ତା କାଲି ସୁଦ୍ଧାର ତାତିରୁ ନିସ୍ତାର ମିଳିବା ସମ୍ଭାବନା କମ୍। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିରୁ ମୁକ୍ତି ମିଳିବାର ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.