ଜଳୁଛି ତତଲାଗଡ, ଅସ୍ତବ୍ୟସ୍ତ ଜନଜୀବନ

ଟିଟିଲାଗଡ଼: ତତଲାଗଡ ଭାବରେ ପରିଚିତ ଟିଟିଲାଗଡ ଅଂଚଳରେ ଗ୍ରୀଷ୍ମ ଋତୁ ପୁଣି ଥରେ ଆଷାଢରେ ଲେଉଟିଛି। ଗତ କିଛି ଦିନ ହେବ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳଗୁଳି ଲୋକଙ୍କ ଅବସ୍ଥା ବେହାଲ କରିଦେଇଛି। ମଙ୍ଗଳବାର ସହରରେ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆଜି ବୁଧବାର ମଧ୍ୟ ସେତିକି ତାପମାତ୍ରା ରହି କଲବଲ କରିଛି।

ଲଗାତାର ୪ ମାସ ଧରି ଟାଣ ଖରାରେ ଲୋକମାନେ ସିଝୁଥିବା ବେଳେ ଚାଷୀଙ୍କ ଅବସ୍ଥା ମଧ୍ୟ ବେହାଲ। କ୍ରମାଗତ ଭାବରେ ବର୍ଷକୁ ବର୍ଷ ମରୁଡି ପରିସ୍ଥିତି ନେଇ ଚାଷୀ ପରିବାର ତଳି ତଳାନ୍ତ ହୋଇଚାଲିଛନ୍ତି। ଜଳସେଚନ ବ୍ୟବସ୍ଥା ନାହିଁ କହିଲେ ଚଳେ। ମରୁଡି ନେଇ ଅନେକ ଚାଷୀ ପରିବାର ବର୍ଷବର୍ଷ ଧରି ଇନପୁଟ ସବସିଡି, ବୀମା ସହାୟତାରୁ ବଂଚିତ ରହିଆସିଛନ୍ତି। ସରକାରଙ୍କ କାଲିଆ ଯୋଜନା ଟଙ୍କା ମଧ୍ୟ ଅନେକ ଚାଷୀଙ୍କ ପାଇଁ ଅପହଂଚ ହୋଇରହିଛି। ଏମିତିରେ ବର୍ଷା ବିଳମ୍ବିତ ହେବା ଚାଷୀ ପରିବାରଙ୍କୁ ସମ୍ପୁର୍ଣ୍ଣ ନିରାଶ କରିଛି। ରାଜ୍ୟ ସରକାର ଚାଷୀ ସମସ୍ୟାର ସମାଧାନ ନେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Comments are closed.