୧୪ ସହରରେ ପାରଦ ୪୦ ଉପରେ ; ସବୁଠୁ ତତଲା ଟିଟିଲାଗଡ଼ରେ ୪୪ ଡ଼ିଗ୍ରୀ
ଆହୁରି ୩ ତିନ ରହିପାରେ ଏପରି ତାତି

ଭୁବନେଶ୍ବର: ରାଜ୍ୟରେ ତାତି ଥମୁନାହିଁ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଗରମ କରିବାର ସମ୍ଭାବନା ନାହିଁ । ଏପରି ସ୍ଥିତିରେ ମଙ୍ଗଳବାର ରାଜ୍ୟର ୧୪ ସହରର ତାତି ୪୦ ଡ଼ିଗ୍ରୀ ଉପରେ ରେକର୍ଡ଼ କରାଯାଇଛି । ୫ଟି ସହରର ତାପମାତ୍ରା ୪୩ ଡ଼ିଗ୍ରୀ ଟପିଛି ।
ମଙ୍ଗଳବାର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୪.୦ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ବଲାଙ୍ଗିରରେ ୪୩.୫ ଡିଗ୍ରୀ, ଅନୁଗୁଳରେ ୪୩.୧ ଡିଗ୍ରୀ, ସମ୍ବଲପୁରରେ ୪୩.୦ ଡିଗ୍ରୀ, ବୌଦ୍ଧରେ ୪୩.୦ ଡିଗ୍ରୀ,ସୋନପୁରରେ ୪୨.୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, ହୀରାକୁଦରେ ୪୨.୬, ତାଳଚେରରେ ୪୨.୬, ଭବାନୀପାଟଣା ୪୨.୫, ମାଲକାନଗିରି ୪୨.୦, ଫୁଲବାଣୀରେ ୪୧.୪ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୧.୨ ଡିଗ୍ରୀ ଓ ସୁନ୍ଦରଗଡ଼ରେ ୪୧.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।