ବିଦେଶୀ କୁସ୍ତି ପ୍ରଶିକ୍ଷକ ବହିଷ୍କୃତ

ନୂଆଦିଲ୍ଲୀ: ଗ୍ରିକୋ-ରୋମାନ୍ କୁସ୍ତି ବିଭାଗ ନିମନ୍ତେ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଜର୍ଜିଆର ଟେମୋ କାସାରାସଭିଲିଙ୍କୁ ବହିଷ୍କାର କରିଛି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)। ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଗ୍ରିକୋ-ରୋମାନ୍‌ ବିଭାଗରେ ଜଣେ ହେଲେ ଭାରତୀୟ ମଲ୍ଲଯୋଦ୍ଧା ଯୋଗ୍ୟତା ହାସଲ କରିପାରିନଥିବାରୁ କାସାରାସଭିଲିଙ୍କୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି। ଭାରତୀୟ କୁସ୍ତି ମହାସଂଘ ପଦାଧିକାରୀଙ୍କ ସହ ଆଲୋଚନା କରି ସାଇ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଥାଉକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚରେ କାସାରାସଭିଲି ସ୍ବଦେଶ ଫେରି ଯାଇଥିଲେ। ଗତବର୍ଷ ଅଗଷ୍ଟରେ ସେ ଭାରତ ଫେରି ସୋନିପତ୍‌ରେ ଆୟୋଜିତ ଜାତୀୟ କୁସ୍ତି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ।

Comments are closed.