ତେଲୁଗୁ ଅଭିନେତ୍ରୀଙ୍କ ଝିଅ କଲେ ଆତ୍ମହତ୍ୟା

0

ହାଇଦ୍ରାବାଦ : ତେଲୁଗୁ ଚଳଚ୍ଚିତ୍ର ଅଭିନେତ୍ରୀ ଅନ୍ନପୁର୍ଣ୍ଣାଙ୍କ ଝିଅ କିର୍ତ୍ତୀ ଶନିବାର ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରେ ସକାଳେ ତାଙ୍କ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି।
ଖବର ମୁତାବକ, ତିନି ବର୍ଷ ପୂର୍ବେ କିର୍ତ୍ତୀଙ୍କ ବିବାହ ବେଙ୍ଗାଲୁର ର ଜଣେ ସଫ୍ଟୱୟାର ଇଞ୍ଜିନିୟରଙ୍କ ସହ ହୋଇଥିଲା। କିର୍ତ୍ତୀ ଗତ କିଛିଦିନ ହେବ ମାନସିକ ରୋଗରେ ପୀଡ଼ିତ ଥିଲେ ଓ ତାଙ୍କ ଚିକିତ୍ସା ମଧ୍ୟ ଚାଲିଥିଲା। କିର୍ତ୍ତୀ ୬ ମାସ ପୂର୍ବେ ଜାଣିବାକୁ ପାଇଥିଲେ ତାଙ୍କ ଅଢେଇ ବର୍ଷର ଶିଶୁକନ୍ୟା କଥା କହିପାରେନି ବୋଲି। ଏହି କାରଣରୁ ସେ ଆହୁରି ଅଧିକ ଦୁଃଖୀ ଓ ଚିନ୍ତିତ ହୋଇ ଅବସାଦ ସ୍ତରକୁ ଚାଲି ଯାଇଥିଲେ। ସୂଚନା ଅନୁସାରେ କିର୍ତ୍ତୀ ଅନ୍ନପୂର୍ଣ୍ଣାଙ୍କର ପୋଷ୍ୟାକନ୍ୟା ଥିଲେ।
ପ୍ରାଥମିକ ତଦନ୍ତକୁ ଆଧାର କରି ପୁଲିସର କହିବା ଅନୁସାରେ ମାନସିକ ସନ୍ତୁଳନ ହରାଇ ସେ ଆତ୍ମହତ୍ୟା କରିଛନ୍ତି। ତେବେ ପୁଲିସ ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ହାଇଦ୍ରାବାଦ ସ୍ଥିତ ଓସ୍ମାନିଆ ଡ଼ାକ୍ତରଖାନାକୁ ପଠାଇଛି।

Leave A Reply