ବାଇକକୁ ଧକ୍କା ଦେଇ ପିକ୍ଅପ ଫେରାର, ୨ ଗୁରୁତର

ତେଲକୋଇ: ତେଲକୋଇ ଥାନା ଅଧୀନ ତେଲକୋଇ ମୁଖ୍ୟାଳୟର ଉଚ୍ଚ ବିଦ୍ୟାଳୟ ଛକ ନିକଟରେ ଏକ ପିକ୍ଅପ ଧକ୍କାରେ ତେଲକୋଇ ତଳସାହିର ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି। ସୋମବାର ରାତି ପ୍ରାୟ ୯ଟାରେ ତିନିଜଣ ବନ୍ଧୁ ଗୋଟିଏ ବାଇକରେ ତେଲକୋଇ ବଜାରରୁ ଘର ତଳସାହିକୁ ଫେରୁଥିବା ବେଳେ ଜଗମୋହନପୁର ଆଡୁ ଦୃତଗତିରେ ଆସୁଥିବା ଏକ ପିକ୍ଅପ ଭ୍ୟାନ ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ପିକ୍ଅପ ଧକ୍କାରେ ବାଇକ ପଛରେ ବସିଥିବା ଜନବେୟଡ ପାତ୍ର (୨୬) ଓ ଚିନ୍ମୟ ନାୟକ (୨୨) ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକେ ୧୦୮ ରୋଗୀଯାନ ଯୋଗେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ହେଁ ଅବସ୍ଥା ଗୁରୁତର ଥିବାରୁ ଚିନ୍ମୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ଘଟାଇ ପିକ୍ଅପଟି ତେଲକୋଇ ବଜାର ଦିଗରେ ଦୃତଗତିରେ ପଳାଇଥିବା ଜଣାପଡିଛି।

Comments are closed.