୬ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ, ଥାନାରେ ମାମଲା

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ କରମଙ୍ଗି ପଞ୍ଚାୟତ କୃଷ୍ଣପୁର ଗାଁ ପୁରଣା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ ପୁରୁଣା ସାହିର ଏକ ୬ବର୍ଷର ଶିଶୁ କନ୍ୟାକୁ ଉକ୍ତ ସାହିର ନର ପିଶାଚ ରାମା ନାଏକ(୨୦) ଘରକୁ ନେଇ ବଳ ପୂର୍ବକ ଦୁଷ୍କର୍ମ କରିଛି। ତେବେ ଗୁରୁବାର ସନ୍ଧ୍ୟା ସମୟରେ ଶିଶୁ କନ୍ୟାକୁ ଅଭିଯୁକ୍ତ ରାମା ବିସ୍କୁଟ ଓ କୁରକୁରେ ପ୍ରଲୋଭନ ଦେଖାଇ ନିଜ ଘରକୁ ଡାକିଥିଲା। କନ୍ୟାର ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ପାଇ ନଥିଲେ। ରାମା ଝିଅକୁ ଘରକୁ ଡାକିବା ସମୟରେ ଝିଅର ସାଙ୍ଗମାନେ ଦେଖି ଶିଶୁ କନ୍ୟାର ପରିବାରକୁ ଜଣାଇଥିଲେ। ପରିବାର ପକ୍ଷରୁ ସେହି ରାତିରେ ରାମା ଘରକୁ ଯାଇ ତାଙ୍କ ଘର ଲୋକଙ୍କୁ ପଚାରି ଥିଲେ ମଧ୍ୟ ଆମ ଘରେ ନାହଁ ବୋଲି ରୋକଠୋକ ମନା କରି ଦେଇଥିଲେ। ଫଳରେ ଆଜି ସକାଳେ ଉକ୍ତ ରାମା ଘରୁ ଶିଶୁ କନ୍ୟାର ସାଙ୍ଗ ମାନେ ଅଚେତ ଅବସ୍ଥାରେ ଉଦ୍ଧାର କରି ଘରକୁ ଆଣିଥିଲେ।

 

ଶିଶୁ କନ୍ୟାକୁ ରାତି ସାରା ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିବା ବେଳେ ବାହାରେ ପ୍ରକାଶ କଲେ ତତେ ତଣ୍ଟି ଚିପି ମାରିଦେବୀ ବୋଲି ଧମକ ଦେଇଥିଲା। ଶିଶୁ କନ୍ୟା ଗୁରୁତର ଅବସ୍ଥାରେ ଥିବା ବେଳେ ପରିବାର ଲୋକେ ୧୦୮ଆମ୍ବୁଲାନ୍ସ ଯୋଗେ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଏନେଇ ଶିଶୁ କନ୍ୟାର ମା’ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଭିଯୋଗ ପାଇବା ପରେ ୧୦/୨୨ ରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳକୁ ପହଞ୍ଚି ଅଭିଯୁକ୍ତକୁ ଧରି ଥାନାକୁ ଆଣି ପଚରା ଉଚରା ଜାରି ରଖିଛନ୍ତି।

Comments are closed.