ନଡ଼ା ପୂଜାକୁ ଯାଇ ଆଉ ଫେରିଲେନି, ତିନିଦିନ ପରେ କୂଅରୁ ମିଳିଲା ଶବ

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ପଡାଙ୍ଗ ଗ୍ରାମ ରେ ମଙ୍ଗଳବାର ଏକ କୁଅରେ ଜଣେ ବୃଦ୍ଧଙ୍କ ମରଶରୀର ଭାସୁଥିବା ଜାଣିବା ପରେ ସାରା ଅଞ୍ଚଳରେ ଆଲୋଡନ ଖେଳିଯାଇଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ପଡାଙ୍ଗ ଗାଁରେ। ମଙ୍ଗଳବାର ସକାଳୁ ଗାଁ ମଝିରେ ଥିବା କୂଅକୁ ପାଣି ନେବା ପାଇଁ ଆସିଥିବା କିଛି ମହିଳା ଏକ ଶବ ଭାସୁଥିବା ଦେଖି ଅନ୍ୟ ଲୋକଙ୍କୁ ଦେଖାଇଥିଲେ। ଏନେଇ ପୁଲିସ ଓ ଅଗ୍ନିଶ୍ରମ ବିଭାଗକୁ ଖବର ଦିଆଯାଇଥିଲା। କୂଅରୁ ଶବ ବାହାର କରାଯିବା ପରେ ମୃତକ ଜଣକ ଗାଁର ଅରକ୍ଷିତ ନାୟକ(୬୫) ବୋଲି ଗ୍ରାମବାସୀ ଚିହ୍ନଟ କରିଥିଲେ।

ସୂଚନାନୁଯାୟୀ ଗ୍ରାମାଞ୍ଚଳରେ ଧାନ ଫସଲ ଅମଳ ପରେ ଧାନ କ୍ଷେତରେ ନଡ଼ା ପୂଜା କରାଯାଇଥାଏ। ଗତ ରବିବାର ନଡ଼ା ପୂଜା ଉତ୍ସବରେ ଭୋଜିଭାତର ଆୟୋଜନ କରାଯାଇଥିବା ବେଳେ ସମସ୍ତେ ଏକାଠି ଖାଇଥିଲେ। ଅରକ୍ଷିତ ଉକ୍ତ ଦିନ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଭୁଲ ବଶତଃ କୃଷକ ସାହିର ରାସ୍ତା କଡରେ ଥିବା ଏକ କୂଅରେ ଖସି ପଡ଼ିଥିବା ଲୋକେ ସନ୍ଦେହ କରୁଛନ୍ତି। ପରିବାର ଲୋକେ ସେଇ ରାତିରୁ ଖୋଜାଖୋଜି କରୁଥିଲେ ମଧ୍ୟ ପାଇ ନଥିଲେ। ସଂଧ୍ୟା ହେଲେ ବିଦ୍ୟୁତ କାଟ ଯୋଗୁଁ ଅନ୍ଧାରରେ ଜାଣି ନପାରି କୂଅରେ ପଡିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଗ୍ନିଶମ ବିଭାଗ ଶବ ଉଦ୍ଧାର କରିବା ସହ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ଶବ ବ୍ୟବଚ୍ଛେଦ କରାଇଛନ୍ତି।

Comments are closed.