ପାରିବାରିକ ସମସ୍ୟାରୁ ଗୋଷ୍ଠୀ ସଂଘର୍ଷ, ଦୁଇ ଆହତ

ତେଲକୋଇ: ତେଲକୋଇ ଥାନା ଅଧିନ ଶିବ ନାରାୟଣ ପୁର ଗୋଡା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଉଭୟ ପକ୍ଷରୁ ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି। ଗୁରୁତର ମଧ୍ୟରୁ ଜଣେ କେନ୍ଦୁଝର ସଦର ଥାନା କେରି ଗାଁର ହରିଶ୍ଚନ୍ଦ୍ର ପାତ୍ର (୫୦) ଓ ଶିବନାରାୟଣ ପୁର ଗୋଡା ଗ୍ରାମର ଶଶି ପାତ୍ର (୩୭) ବୋଲିି ଜଣାପଡିଛି। ଉଭୟ ତେଲକୋଇ ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ମାମଲା ତେଲକୋଇ ଥାନାରେ ପହଁଚିଛି। ଉଭୟ ପକ୍ଷଙ୍କୁ ଅଟକ ରଖି ତେଲକୋଇ ପୁଲିସ୍‍ ପଚରାଉଚୁରା ଆରମ୍ଭ କରିଛନ୍ତି।

ଘଟଣାନୁଯାୟୀ, ଝିଅ ଜ୍ୱାଇଁଙ୍କ ପାରିବାରିକ ଗଣ୍ଡଗୋଳକୁ ସମାଧାନ କରିବାକୁ ଆସିଥିବା କେରି ଗାଁର ହରିଶ୍ଚନ୍ଦ୍ର ପାତ୍ର ଆକ୍ରମଣର ଶିକାର ହୋଇଥିଲେ। ଅନ୍ୟପଟେ ଉକ୍ତ ଗଣ୍ଡଗୋଳକୁ ବୁଝାସୁଝା କରିବାକୁ ଆସି ଭଦ୍ରଲୋକ ସାଜିଥିବା ଗୋଡା ଗ୍ରାମର ୱାର୍ଡ ସଭ୍ୟାଙ୍କ ସ୍ୱାମୀ ଶଶି ପାତ୍ର ମଧ୍ୟ ପ୍ରତିପକ୍ଷଙ୍କ ଆକ୍ରମଣରେ ଶୀକାର ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଗୋଡା ଗ୍ରାମର ପତି ପାତ୍ର (୪୦) ସଦର ଥାନା କେରି ଗ୍ରାମର ଚୂଡାମଣି ପାତ୍ରଙ୍କୁ ବିବାହ କରିଛନ୍ତି। ତେବେ ସ୍ୱାମୀ ପତି ସ୍ତ୍ରୀ ଚୁଡାମଣିକୁ ଶାରିରୀକ ତଥା ମାନସିକ ନିର୍ଯାତନା ଦେଉଥିବା ସୂଚନା ପାଇ ଚୂଡାମଣିଙ୍କ ଘର ଲୋକ ବୁଝାମଣା କରିବାକୁ ଗୋଡା ଆସିଥିବା ପ୍ରକାଶ କରିଛନ୍ତି।

Comments are closed.