ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ତେଲକୋଇ: ତେଲକୋଇ ଥାନା ଜଗମୋହନପୁର୍ ସ୍ଥିତ ୪୯ନଂ ଜାତୀୟ ରାଜପଥରେ ଗୋଟିଏ ଅଜଣା ଟ୍ରକ ବାଇକକୁ ଧକ୍କା ଦେବାରୁ ବାଇକ୍ ଆରୋହୀ ଜଣଙ୍କ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ପାଲଲହଡ଼ା ଥାନା ଅସନପାଣି ଗ୍ରାମର ପ୍ରଶ୍ନ ପ୍ରଧାନ। ସେ ପାଳଲହଡା ଅଞ୍ଚଳରୁ ଜଗମୋହନପୁର ସ୍ଥିତ ଶ୍ଵଶୁର ଘରକୁ ଆସୁ ଥିବା ବେଳେ ଏକ ଟ୍ରକ ଧକ୍କା ଦେଇ ଚାଲିଯାଇଥିଲା । ସ୍ଥାନୀୟ ଲୋକେ ପ୍ରଶ୍ନଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲ ରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର ମୁଣ୍ଡ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

Comments are closed.