ପିଶାଚ ପ୍ରେମିକ: ପ୍ରେମିକାର ହତ୍ୟା ରହସ୍ୟ ଲୁଚାଇବାକୁ ଦୁଇ ପରିବାରର ୯ ଜଣଙ୍କୁ ହତ୍ୟା

ହାଇଦ୍ରାବାଦ: ପାପ ଲୁଚେ ନାହିଁ । ସାତ ତାଳ ପଙ୍କ ତଳେ ଥିଲେ ବି ତାହା ଫୁଟି ବାହାରେ । ସେମିତି ତେଲେଙ୍ଗାନାରେ ୯ ଜଣ ପ୍ରବାସୀଙ୍କ ହତ୍ୟା ଘଟଣାର ରହସ୍ୟ ଖୋଜି ପାଇଛି ତେଲେଙ୍ଗାନା ପୁଲିସ । ଜଣେ ଯୁବକ ଏହି ସବୁ ଘଟଣା ଘଟାଇଛି ଏବଂ ହତ୍ୟା ଘଟାଇବା ପରେ ଶବଗୁଡ଼ିକୁ ଗୋଟିଏ କୂଅରେ ଫିଙ୍ଗି ଦେଇଥିବା ସ୍ବୀକାର କରିଛି । ଲିଭ୍ ଇନ୍ ରିଲେସନରେ ରହୁଥିବା  ତଥାକଥିତ ପ୍ରେମିକାର ହତ୍ୟାକୁ ଲୁଚାଇବା ପାଇଁ  ସଞ୍ଜୟ କୁମାର ଯାଦବ ନାମକ ଜଣେ ବିହାରୀ ଶ୍ରମିକ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ପୁଲିସ ନିକଟରେ ବୟାନ ଦେଇଛି । ତେଲେଙ୍ଗାନା ପୁଲିସ ଏ ସମ୍ପର୍କ​ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

କିଛି ଦିନ ତଳେ ପୂର୍ବେ ଗୋରେକୁଣ୍ଡା ଗ୍ରାମ ନିକଟରେ ଏକ କୂଅରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ପଶ୍ଚିମବଙ୍ଗ ଅଞ୍ଚଳର  ମହମ୍ମଦ ମକସୁଦ୍ (୫୫), ତାର ପତ୍ନୀ ନିଶା (୪୮), ପୁଅ ଶାହାବାଦ ଆଲାମ (୨୧), ସୋହିଲ ଆଲାମ (୧୮), ଝିଅ ବୁଶ୍ରା (୨୦), ବୁଶ୍ରାର ୩ ବର୍ଷର ପୁଅ ସୋଏବ ସହ ବିହାରର ଦୁଇ ଶ୍ରମିକ ଶ୍ରୀରାମ, ଶ୍ୟାମ ଓ ତ୍ରିପୁରା ଜଣେ ଶ୍ରମିକ ସକିଲ (୩୦)ର ଶବ ସେଠାରୁ ମିଳିଥିଲା ।  ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ପୁଲିସ ପାଇଁ ଏକ ଆହ୍ବାନ ପାଲଟିଥିଲା । କେହି କେହି ଏହାକୁ ଆତ୍ମହତ୍ୟା ବୋଲି ମଧ୍ୟ କହୁଥିଲେ । ଏହି ଘଟଣା ପୁଲିସ ଲାଗି ଆହ୍ବାନ ପାଲଟିଥିଲା ଏବଂ ପୁଲିସ ୬ଟି ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ମାମଲାର ଅନୁସନ୍ଧାନ ଆରମ୍ଭ କରିଥିଲା । ​‌ଶେଷରେ ପୁଲିସ ସଞ୍ଜୟ କୁମାର ଯାଦବ ନାମକ ଜଣେ ଯୁବକକୁ ସନ୍ଦେହରେ ଅଟକ ରଖିଥିଲା । ପରେ ତଦନ୍ତ ବେଳେ ପୁଲିସର ଚାପ ଆଗରେ ସଞ୍ଜୟ ସତ୍ୟ ସ୍ବୀକାର କରିଥିଲା । ଗୋଟିଏ ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ସେ ଅନ୍ୟ ୯ଟି ହତ୍ୟାକାଣ୍ଡ ଘଟାଇଥିବା ମାନିଯାଇଥିଲା ।

ସୂଚନା ଅନୁସାରେ ଯେଉଁ କୂଅ ଭିତରୁ ମୃତଦେହ ମିଳିଥିଲା ତାହାର କିଛି ଦୂରରେ ଏକ ଝୋଟ ଅଖା ତିଆରି କାରଖାନା ରହିଛି । ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ନିକଟରେ ରହୁଥିଲେ । ପଶ୍ଚିମବଙ୍ଗ ଅଞ୍ଚଳର ନିଶା ଓ ତାଙ୍କ ପରିବାରର ୬ ସଦସ୍ୟଙ୍କ ସହ ବିହାର ଓ ତ୍ରିପୁରାର ୩ ଜଣ ସେଠାରେ ରହୁଥିଲେ । ଏହି ସମୟରେ ନିଶାଙ୍କର ଜଣେ ସମ୍ପର୍କୀୟାଙ୍କ ସହ ସଞ୍ଜୟ ଯାଦବଙ୍କ ଅବୈଧ ସମ୍ପର୍କ ଗଢ଼ି ଉଠିଥିଲା । ସମ୍ପୃକ୍ତ ଯୁବତୀଙ୍କ ନାଁ ଥିଲା ରାଫିକା ଓ ତାଙ୍କର ୩ଟି ସନ୍ତାନ ଥିଲେ । ତାଙ୍କ ସ୍ବାମୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲା । ପତି ପରିତ୍ୟକ୍ତା ରଫିକା ଓ ତାଙ୍କ ପିଲାମାନଙ୍କୁ ରଖିବା ପାଇଁ ସଞ୍ଜୟ ଗୋଟିଏ ଛୋଟ ଘର ଭଡ଼ା ମଧ୍ୟ ନେଇଥିଲେ ।

ରଫିକାଙ୍କ ସହ ସଞ୍ଜୟର ଅବୈଧ ସମ୍ପର୍କ ଥିଲା । ଏହା ସତ୍ବେ ସଞ୍ଜୟ ରଫିକାଙ୍କ ପୂର୍ବ ପତିଠାରୁ ଜନ୍ମିତ ଝିଅ ଉପରେ ମଧ୍ୟ କୁ ଦୃଷ୍ଟି ପକାଇଥିଲା । ଏ ସମ୍ପର୍କରେ ସୁରାକ ପାଇବା ପରେ ରଫିକା ତାଙ୍କ ଝିଅଠାରୁ ଦୂରେଇ ରହିବାକୁ ସଞ୍ଜୟକୁ ଚେତାବନୀ ଦେବା ସହ ପୁଲିସରେ ଏଥିନେଇ ମାମଲା ରୁଜୁ କରିଥିଲେ । ମାତ୍ର ଚତୁର ସଞ୍ଜୟ ପରିସ୍ଥିତିକୁ ସୁଧାରି ନେଇଥିଲା ଓ ରଫିକାକୁ ନିଜ ମାୟା ଜାଲରେ ଛନ୍ଦି ପକାଇଥିଲା । ସେ ରଫିକାଙ୍କୁ ବିବାହ କରିବାକୁ ଚାହୁଁଛି ବୋଲି କହିଥିଲା । ପ୍ରଥମେ ରଫିକା ଏହାକୁ ବିଶ୍ଵାସ କରି ନ ଥିଲା । ମାତ୍ର ସଞ୍ଜୟର ନାଟକ ଆଗରେ ଶେଷରେ ରଫିକା ହାର ମାନିଥିଲା । ସଞ୍ଜୟ ପ୍ରସ୍ତାବ ଅନୁସା​‌ରେ ସେ ଗାଁକୁ ଯିବାକୁ ରାଜି ହୋଇଥିଲା । ଗତ ମାର୍ଚ ୭ ତାରିଖରେ ରଫିକା ଓ ସଞ୍ଜୟ କଲକତା ଅଭିମୁଖେ ବାହାରିଥିଲେ । ମାତ୍ର ସଞ୍ଜୟ ବାଟରେ ରଫିକାଙ୍କ ଖାଦ୍ୟରେ ନିଶା ବଟିକା ମିଶାଇ ଦେଇଥିଲା । ରଫିକା ଶୋଇଯିବା ପରେ ତାଙ୍କୁ ହତ୍ୟା କରି ଟ୍ରେନରୁ ଫିଙ୍ଗି ଦେଇଥିଲା ।

କିଛିଦିନ ପରେ ସଞ୍ଜୟ ପୁଣି ନିଜ ଅଞ୍ଚଳ ୱାରଙ୍ଗଲକୁ ଫେରି ଆସିଥିଲା । ସେତେବେଳେ ରଫିକାଙ୍କ ସମ୍ପର୍କୀୟା ନିଶା ତାଙ୍କୁ ତାଙ୍କ ଭାଣିଜୀ କୁଆଡ଼େ ଗଲା ବୋଲି ପଚାରିଲେ । ମାତ୍ର ସଞ୍ଜୟ ଏହାର କୌଣସି ଠୋସ୍ ଉତ୍ତର ଦେଇ ପାରି ନ ଥିଲା । ତୁରନ୍ତ  ଭାଣିଜୀ ରଫିକାକୁ ତାଙ୍କ ପାଖରେ ନ ପହଞ୍ଚାଇଲେ ସେ ପୁଲିସରେ ଏତଲା ଦେବେ ବୋଲି ନିଶା ଅଭିଯୋଗ କରିଥିଲେ। ଏହାପରେ ସଞ୍ଜୟ ଆହୁରି ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲା । ନିଶାଙ୍କୁ ବାଟରୁ ହଟାଇ ଦେବା ପାଇଁ ରେ ନକ୍ସା ଆଙ୍କିଥିଲା ।

ଗତ ମେ ୨୦ ତାରିଖରେ ସେହି ଅଞ୍ଚଳରେ ରହୁଥିବା ଅନ୍ୟ ଜଣେ ବ୍ୟକ୍ତି ମକସୁଦ୍ ସହ ସଞ୍ଜୟର ଭଲ ସମ୍ପର୍କ ଥିଲା । ମକସୁଦ୍ ର ବଡ଼ ପୁଅର ଜନ୍ମ ଦିନ ଥିବାରୁ ସେ ସଞ୍ଜୟକୁ ନିମନ୍ତ୍ରଣ କରିଥିଲା । ସଞ୍ଜୟ ମୁଣ୍ଡ​‌ରେ ତ ସଇତାନ ସବାର ହୋଇଥିଲା । ସେ ନିଶା ଔଷଧ କିଣି ମକସୁଦ୍ ଘରେ ପହଞ୍ଚିଥିଲା । ସମସ୍ତଙ୍କ ଅଜାଣତରେ ସଞ୍ଜୟ ଖାଦ୍ୟରେ ନିଶା ଔଷଧ ମିଶାଇ ଦେଇଥିଲା । ଜନ୍ମଦିନ ଭୋଜି ଖାଇବାକୁ ନିଶା ଓ ତାର ପରିବାରର ଲୋକମାନେ ସମସ୍ତେ ଆସିଥିଲେ । ନିଶା ମିଶା ଔଷଧ ଖାଇ ସମସ୍ତେ ବେହୋସ ହୋଇ ଯାଇଥିଲେ । ଏହି ସୁଯୋଗରେ ସଞ୍ଜୟ ସେମାନଙ୍କୁ ଅଖାରେ ବାନ୍ଧି କୁଅରେ ଫିଙ୍ଗି ଦେଇଥିଲା ।

ଏହା ପରେ ଅଭିଯୁକ୍ତ ସଞ୍ଜୟ ୱାରଙ୍ଗାଲକୁ ଫେରିଥିଲେ। ଯେତେବେଳେ ନିଶା ତାଙ୍କୁ ରାଫିକା ବିଷୟରେ ପଚାରନ୍ତି, ସେ ସଠିକ୍ ଉତ୍ତର ଦେବାକୁ ଅସମର୍ଥ | ଏହା ପରେ ନିଶା ତାଙ୍କୁ ପୋଲିସ ନିକଟରେ ମାମଲା ଦାୟର କରିବାକୁ ଚେତାବନୀ ଦେଇଛନ୍ତି। ଏହା ଅଭିଯୁକ୍ତଙ୍କୁ ଭୟଭୀତ କରି ହତ୍ୟା ଷଡଯନ୍ତ୍ର ଆରମ୍ଭ କରିଥିଲା। ଅଭିଯୁକ୍ତ ସଞ୍ଜୟ ମେ ୧୬ ରୁ ୨୦ ପର୍ଯ୍ୟନ୍ତ ମାକସୁଦଙ୍କ ପରିବାରକୁ ଦେଖା କରୁଥିଲେ। ଏହି ସମୟ ମଧ୍ୟରେ, ସେ ମେ ୨୦ରେ ମାକସୁଦଙ୍କ ବଡ ପୁଅର ଜନ୍ମଦିନ ବିଷୟରେ ଜାଣିବାକୁ ପାଇଲେ। ଏହି ସୂଚନା ପାଇବା ପରେ ଅଭିଯୁକ୍ତ ନିଦ ବଟିକା ଔଷଧ କିଣି ମାକସୁଦଙ୍କ ଘରେ ପହଞ୍ଚି ତାଙ୍କ ଖାଦ୍ୟରେ ମିଶାଇ ଦେଇଥିଲା। ଏହି ଅବସରରେ ମକସୁଦର ଜଣେ ବନ୍ଧୁ ଶାକିଲ ମଧ୍ୟ ଉପସ୍ଥିତ ଥିଲେ। କାରଖାନାର ପ୍ରଥମ ମହଲାରେ ଦୁଇଜଣ ଶ୍ରମିକ ମଧ୍ୟ ଥିଲେ। ଅଭିଯୁକ୍ତ ତାଙ୍କ ଖାଦ୍ୟରେ ନିଦ ବଟିକା ମିଶାଇଦେଇଥିଲା।ତାକୁ ଭୟ ଥିଲା କି ଲୋକମାନେ ମଧ୍ୟ ତାର ଖୁଲାସା କରିପାରନ୍ତି। ଏହା ପରେ, ସମସ୍ତେ ଖାଦ୍ୟ ଖାଇ ଶୋଇପଡ଼ିଲେ, ସଞ୍ଜୟ ରାତି ପ୍ରାୟ ୧୨ଟା ୩୦ ମିନିଟ୍‌ ବେଳକୁ ଉଠିପଡ଼ିଥିଲେ। ସେ ସମସ୍ତଙ୍କୁ ଅଖା ଭିତରେ ବାନ୍ଧି କରି କୂଅରେ ଫିଙ୍ଗିଦେଇଥିଲା।

Comments are closed.