ତେଲଙ୍ଗନାରେ ଜିଲ୍ଲା ସଂଖ୍ୟା ୩୩କୁ ବୃଦ୍ଧି ପାଇବ

0

ତେଲଙ୍ଗନା: ତେଲଙ୍ଗନାରେ ଆଉ ଦୁଇଟି ନୂଆ ଜିଲ୍ଲା ଗଠନ କରାଯିବାକୁ ସେଠାକାର ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଫଳରେ ରାଜ୍ୟର ମୋଟ୍‍ ଜିଲ୍ଲା ସଂଖ୍ୟା ୩୩କୁ ବୃଦ୍ଧି ପାଇବ। ନୂଆ ଜ଼ିଲ୍ଲା ମଧ୍ୟରେ ନାରାୟଣପେଟ୍‍ ଜିଲ୍ଲା ୧୧ଟି ବ୍ଲକକୁ ନେଇ ଗଠିତ ହୋଇଥିବା ବେଳେ ମୁଲୁକ୍‍ ଜିଲ୍ଲା ୯ଟି ବ୍ଲକ୍‍କୁ ନେଇ ଗଠିତ ହୋଇଛି। ରାଜ୍ୟ ସରକାର କିଛି ବର୍ଷ ପୂର୍ବେ ୧୦ଟି ଜିଲ୍ଲାକୁ ବିଭକ୍ତ କରି ୩୧ଟି ଜିଲ୍ଲା କରିଥିଲେ। ସର୍ବସାଧାରଣଙ୍କ ଦାବି ଯୋଗୁଁ ଆଉ ଦୁଇଟି ନୂଆ ଜିଲ୍ଲା ଗଠନ କରାଯାଇଛି।

Leave A Reply